ନୂଆଦିଲ୍ଲୀ ( ଆମ ଟିଭି): ବର୍ତ୍ତମାନ ବିଦେଶ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆମେରିକା ପରେ ସେ ଇଜିପ୍ଟ ଗସ୍ତରେ ଯାଇଛନ୍ତି । ଆଜି ତାଙ୍କୁ ମିଶରର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯାଇଛି । ମିଶରର ରାଷ୍ଟ୍ରପତି ଅବ୍ଦେଲ ଫତହ ଅଲ-ସିସି କୋହିରା ଠାରେ ମୋଦୀଙ୍କୁ ‘ଅର୍ଡର ଅଫ ଦ ନାଇଲ (ମିଶରର ସର୍ବୋଚ୍ଚ ରାଜକୀୟ ସମ୍ମାନ)’ରେ ସମ୍ମାନୀତ କରିଛନ୍ତି । ଏହାସହ ଭାରତ ଓ ମିଶର ମଧ୍ୟରେ ଅନେକ ଚୁକ୍ତି ଉପରେ ସ୍ୱାକ୍ଷରିତ ହୋଇଛି ।
ଶନିବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ରାଜକୀୟ ଯାତ୍ରା କ୍ରମରେ ମିଶରରେ ପହଂଚିଛନ୍ତି । ଏହି କ୍ରମରେ ସେ କୋହିରାରେ ଥିବା ଅଲ-ହକିମ ମସଜିଦ ପରିଦର୍ଶନ କରିଥିଲେ । ଏହି ଅବସରରେ ମୋଦୀଙ୍କ ସହ ମିଶରର ରାଷ୍ଟ୍ରପତି ମଧ୍ୟ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ମିଶରର କୋହିରା ହେଲିୟୋପୋଲିସ ଯୁଦ୍ଧ ସ୍ମାରକ ପରିଦର୍ଶନ କରିବା ସହ ବିଶ୍ୱଯୁଦ୍ଧ ବେଳେ ସହିଦ ହୋଇଥିବା ଭାରତୀୟ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।