ବିଦେଶରୁ ଫେରିଲେ ମୋଦି

0

ନୂଆଦିଲ୍ଲୀ: ଦେଶର ହାଲ୍‌ଚାଲ୍‌ କ’ଣ, ସବୁ ଠିକ୍‌ଠାକ୍‌ ଅଛି ତ… ବୋଲି ବିଦେଶ ଗସ୍ତରୁ ଫେରି ରବିବାର ରାତିରେ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ବିଜେପି’ ଅଧ୍ୟକ୍ଷ ଜେ.ପି. ନଡ୍ଡା ଓ ଦଳର ଅନ୍ୟ ନେତାମାନଙ୍କୁ ପଚାରିଥିଲେ।

ସୂଚନାଯୋଗ୍ୟ, ଗତ ୬ ଦିନ ଧରି ପ୍ରଧାନମନ୍ତ୍ରୀ ମୋଦୀ ଯୁକ୍ତରାଷ୍ଟ୍ର ଆମେରିକା ଓ ମିଶର (ଇଜିପ୍ଟ) ଗସ୍ତରେ ଯାଇଥିଲେ। ବିମାନ ବନ୍ଦରରେ ତାଙ୍କୁ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷି ଲେଖି ଏବଂ ‘ବିଜେପି’ ମୁଖ୍ୟ ଜେ.ପି. ନଡ୍ଡା, ସାଂସଦ ହର୍ଷ ବର୍ଦ୍ଧନ, ହଂସ ରାଜ ହଂସ ଓ ଗୌତମ ଗମ୍ଭୀର ପ୍ରଭୃତି ନେତାମାନେ ସ୍ବାଗତ କରିଥିଲେ।

ବିମାନ ବନ୍ଦରରେ ତାଙ୍କୁ ସ୍ବାଗତ କରିଥିବା ନେତାମାନେ କହୁଛନ୍ତି ଯେ, ଭାରତରେ ପହଞ୍ଚିବା ମାତ୍ରେ ପ୍ରଧାନମନ୍ତ୍ରୀ ନଡ୍ଡାଙ୍କୁ ଦେଶର ହାଲ୍‌ଚାଲ୍‌ ପଚାରିଥିଲେ।

ସାମ୍ବାଦିକମାନଙ୍କୁ ‘ବିଜେପି’ ସାଂସଦ ମନୋଜ ତିୱାରି କହିଛନ୍ତି, ନଡ୍ଡା କହିଲେ ଯେ, ତାଙ୍କ ସରକାରଙ୍କର ୯ ବର୍ଷର ରିପୋର୍ଟ କାର୍ଡ ‌ଧରି ଦଳର ନେତାମାନେ ଜନତା ନିକଟକୁ ଯାଉଛନ୍ତି। ଦେଶବାସୀ ଭଲ ଅଛନ୍ତି।

 

‘ବିଜେପି’ ସାଂସଦ ପ୍ରବେଶ ବର୍ମା ମଧ୍ୟ କହିଛନ୍ତି ଯେ, ପ୍ରଧାମନ୍ତ୍ରୀ ଦେଶର ପରିସ୍ଥିତି ଓ ଦଳର ଜନତାଙ୍କୁ ଭେଟିବା କାର୍ଯ୍ୟକ୍ରମ କିପରି ଚାଲିଛି ବୋଲି ପଚାରିଲେ। ଆମେ ସଂକ୍ଷେପରେ ତାଙ୍କୁ ସବୁ କଥା କହିଲୁ।

Leave A Reply

Your email address will not be published.