ନର୍ଥଇଷ୍ଟର୍ଣ୍ଣ କାଉନ୍ସିଲ୍’ର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଏମିତି କହିଲେ ମୋଦି
ଶିଲଂ: ତାଙ୍କ ସରକାର ସ୍ବଳ୍ପ-ବିକାଶ, ଦୁର୍ନୀତି, ଅସ୍ଥିରତା ଏବଂ ରାଜନୈତିକ ପକ୍ଷପାତ ଭଳି ବାଧାକୁ ‘ରେଡ୍ କାର୍ଡ’ ଦେଇଥିବା କଥା ଆଜି ପ୍ରଧାନମନ୍ତ୍ରୀ ମେଘାଳୟର ଶିଲଂରେ ଆୟୋଜିତ ‘ନର୍ଥଇଷ୍ଟର୍ଣ୍ଣ କାଉନ୍ସିଲ୍’ର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଭାଗ ନେଇ କହିଛନ୍ତି।
ଫୁଟ୍ବଲ୍ ପଡ଼ିଆରେ ସମବେତ ଜନତାଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଫୁଟ୍ବଲ୍ ଖେଳରେ କେହି ଫାଉଲ୍ ମାରିଲେ କି, ଖେଳାଳିର ନୈତିକତାର ବିରୁଦ୍ଧାଚରଣ କଲେ ‘ରେଡ୍ କାର୍ଡ’ ଦିଆଯାଏ। ସେହିଭଳି, ଗତ ୮ ବର୍ଷରେ ଆମେ ସ୍ବଳ୍ପ-ବିକାଶ, ଦୁର୍ନୀତି, ରାଜନୈତିକ ପକ୍ଷପାତ ଓ ଅସ୍ଥିରତାକୁ ‘ରେଡ୍ କାର୍ଡ’ ଦେଖାଇଛୁ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏ ଅଞ୍ଚଳରେ ଦେଶର ପ୍ରଥମ କ୍ରୀଡ଼ା ବିଶ୍ବବିଦ୍ୟାଳୟ ଏବଂ ୯୦ଟି ପ୍ରମୁଖ କ୍ରୀଡ଼ା ପ୍ରକଳ୍ପ ସହିତ ତାଙ୍କ ସରକାର ଉତ୍ତରପୂର୍ବରେ କ୍ରୀଡ଼ାର ବିକାଶ ଉପରେ ଧ୍ୟାନ ଦେଉଛି।
ଫୁଟ୍ବଲ୍ ବିଶ୍ବକପ୍ ଖେଳାଯିବାକୁ ଥିବା ବେଳେ ଆଜି ମୁଁ ଏଠାରେ ଉପସ୍ଥିତ ହୋଇଛି। ଫୁଟ୍ବଲ୍ପ୍ରେମୀଙ୍କ ଗହଣରେ ଫୁଟ୍ବଲ୍ ପଡ଼ିଆରେ ମୁଁ ଶିଲଂରେ ରାଲି କରୁଛି। ତେଣେ, (କତାର୍) ଫୁଟ୍ବଲ୍ ଖେଳ ଚହଳ ପକାଇଥିବା ବେଳେ ଏଠାରେ ଆମେ ବିକାଶ କ୍ଷେତ୍ରରେ ଚହଳ ସୃଷ୍ଟି କରୁଛୁ। ମୁଁ ଆପଣମାନଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଉଛି, ଅଳ୍ପ ଦିନ ପରେ ଆମେ ଏଭଳି ବୈଶ୍ବିକ କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜନ କରିବୁ। ଆମେ ଆମ ଟିମ୍କୁ ଉତ୍ସାହ ଦେବା।