ଟିମ ଇଣ୍ଡିଆକୁ ଶୁଭେଚ୍ଛା ଦେଇ ଏମିତି କହିଲେ ମୋଦୀ

0

ନୂଆଦିଲ୍ଲୀ,: ଆଇସିସି ବିଶ୍ୱକପ୍‌ ୨୦୨୩ ଫାଇନାଲରେ ପ୍ରବେଶ କରିଛି ଟିମ୍‌ ଇଣ୍ଡିଆ। ବୁଧବାର ନ୍ୟୁଜିଲାଣ୍ଡ ବିପକ୍ଷ ମୁକାବିଲାରେ ୭୦ ରନ୍‌ରେ ବିଜେତା ହେବା ପରେ ଦଳକୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳକୁ ଅଭିନନ୍ଦନ ଜଣାଇଛନ୍ତି।

‘ଏକ୍ସ’ରେ ପ୍ରଧାନମନ୍ତ୍ରୀ ମୋଦି ଳେଖିଛନ୍ତି, ‘ଆଜି ସେମିଫାଇନାଲରେ ଖେଳାଳିଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ଯୋଗୁ ମ୍ୟାଚ୍‌ ଅଧିକ ସ୍ବତନ୍ତ୍ର ହୋଇଗଲା। ମହମ୍ମଦ ଶାମିଙ୍କ ବୋଲିଂକୁ ଭାରତୀୟ ଦର୍ଶକ ବର୍ଷ ବର୍ଷ ଧରି ମନେ ରଖିବେ। ଶାମି ବହୁତ ଭଲ ଖେଳିଲେ। ଭାରତୀୟ ଟିମ୍‌ ଭଲ ପ୍ରଦର୍ଶନ କଲା ଏବଂ ଫାଇନାଲରେ ପ୍ରବେଶ କଲା। ଜବରଦସ୍ତ ବ୍ୟାଟିଂ ଏବଂ ପ୍ରଭାବୀ ବୋଲିଂ ଯୋଗୁ ମ୍ୟାଚ୍‌ରେ ଜିତିବା ପକ୍କା ହୋଇଗଲା। ଫାଇନାଲ ଲାଗି ଶୁଭକାମନା। ’

Leave A Reply

Your email address will not be published.