ଦିଲ୍ଲୀରୁ ଓଡ଼ିଆରେ ନବୀନଙ୍କୁ ଟାର୍ଗେଟ କଲେ ମୋଦି, ସମସ୍ତେ କାବା!

0

ନୂଆଦିଲ୍ଲୀ (ଆମ ଟିଭି); ଆୟୁଷ୍ମାନ ଭାରତ ଯୋଜନା ପାଇଁ ସୋମବାର ଏମଓୟୁ ସ୍ବାକ୍ଷର ହୋଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ ଏମଓୟୁ ସ୍ବାକ୍ଷରିତ ହୋଇଛି । ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ଏମଓୟୁ । ୧.୩ କୋଟି ପରିବାରକୁ ଆୟୁଷ୍ମାନ ଭାରତ କାର୍ଡ ମିଳିବ । ୱାନ ନେସନ ୱାନ ହେଲଥ କାର୍ଡ ଯୋଜନାର ପରିସରଭୁକ୍ତ । ଏହି ଯୋଜନା ୩୦ ହଜାର ହସ୍ପିଟାଲ ସହ ଅନୁବନ୍ଧିତ ରହିବ । ସାରା ଭାରତରେ ଏହି କାର୍ଡ କାଯର୍‌ୟକାରୀ ହେବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି। ତେବେ ଏହାକୁ ନେଇ ଏକ୍ସ ମାଧ୍ୟମରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ଏକ୍ସରେ ମୋଦି କହିଛନ୍ତି, ଓଡ଼ିଶାର ଜନସାଧାରଣଙ୍କୁ ଅଭିନନ୍ଦନ ! ଏହା ବାସ୍ତବରେ ଏକ ବିଡ଼ମ୍ବନା ଯେ ଓଡ଼ିଶାର ମୋର ଭଉଣୀ ଏବଂ ଭାଇମାନେ ପୂର୍ବ ସରକାର ଦ୍ୱାରା ଆୟୁଷ୍ମାନ ଭାରତର ଲାଭରୁ ବଞ୍ଚିତ ହୋଇଥିଲେ । ଏହି ଯୋଜନା ଉଚ୍ଚ ମାନର ସ୍ବାସ୍ଥ୍ୟସେବା ଏବଂ ସୁଲଭ ମୂଲ୍ୟ ସୁନିଶ୍ଚିତ କରିବ । ଏହା ବିଶେଷ କରି ଓଡ଼ିଶାର ନାରୀ ଶକ୍ତି ଏବଂ ବୟସ୍କମାନଙ୍କୁ ଲାଭାନ୍ବିତ କରିବ ।

 

Leave A Reply

Your email address will not be published.