ଆସିଲା ବିଜେପିର ସଂକଳ୍ପ ପତ୍ର ଉନ୍ମୋଚନ କଲେ ମୋଦି

0

ଲୋକସଭା ନିର୍ବାଚନ ପାଇଁ ଆଜି ଜାରି ହୋଇଛି ବିଜେପିର ସଂକଳ୍ପ ପତ୍ର । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ସଂକଳ୍ପ ପତ୍ର ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ‘ମୋଦି କୀ ଗ୍ୟାରେଣ୍ଟି ୨୦୨୪’ ନାଁରେ ବିଜେପି ପକ୍ଷରୁ ସଂକଳ୍ପ ପତ୍ର ଜାରି ହୋଇଥିବା ବେଳେ ଏଥର ଫୋକସରେ ରହିଛନ୍ତି ଗରିବ, ଯୁବକ, ନାରୀ ଓ ଅନ୍ନଦାତା ।

ଦିଲ୍ଲୀ ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦି, ନିର୍ବାଚନୀ ଇସ୍ତାହାର କମିଟିର ମୁଖ୍ୟ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଏହି ସଙ୍କଳ୍ପ ପତ୍ର ଜାରି କରାଯାଇଛି । ନିଜ ସଙ୍କଳ୍ପ ପତ୍ରରେ ବିଜେପି ମୋଦିଙ୍କ ଗ୍ୟାରେଣ୍ଟି ଆଧାରାରେ ଦେଶର ସବୁ ବର୍ଗଙ୍କୁ ପ୍ରାଧାନ୍ୟ ଦେଇଛି ।

ସଂକଳ୍ପ ପତ୍ର ଉନ୍ମୋଚନ ଅବସରରେ ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶର ଅନେକ ରାଜ୍ୟରେ ଆଜି ନବ ବର୍ଷ ପାଳନ କରାଯାଉଛି। ଏଭଳି ଶୁଭ ଦିନରେ ବିଜେପି ନିଜ ସଂକଳ୍ପ ପତ୍ର ଜାରି କରିଛି । ଯୁବ ଭାରତର ଯୁବ ଆକାଂକ୍ଷା ଆମ ସଙ୍କଳ୍ପ ପତ୍ରରେ ପ୍ରତିଫଳିତ । ‘ଡିଗ୍‌ନିଟି ଅଫ୍‌ ଲାଇଫ୍ ଓ କ୍ୱାଲିଟି ଅଫ୍ ଲାଇଫ୍’ ଆମର ଫୋକସ ବୋଲି ନିଜ ଭାଷଣରେ କହିଛନ୍ତି ମୋଦି।

୨୦୨୪ ମସିହା ନିର୍ବାଚନ ନିମନ୍ତେ ବିଜେପିର ସଙ୍କଳ୍ପ ପତ୍ରରେ ଫୋକସରେ ରହିଛି GYAN। ଏହା ମଧ୍ୟରେ G ‘Gareeb’ (poor), ଗରୀବ, Y Yuva’ (youth), ଯୁବବର୍ଗ, A ‘Annadaata’ (farmers) ଅନ୍ନଦାତ ଓ ‘Nari’ (women) ନାରୀଙ୍କୁ ସୂଚାଉଛି।

Leave A Reply

Your email address will not be published.