ଗ୍ରାଣ୍ଡ କ୍ରସ ଅଫ ଅର୍ଡର ଅଫ ଅନର’ରେ ସମ୍ମାନିତ ହେଲେ ମୋଦି

0

ନୂଆଦିଲ୍ଲୀ (ଆମ ଟିଭି): ଦିନିକିଆ ଗ୍ରୀସ୍ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବ୍ରିକ୍ସ ଶିଖର ସମ୍ମିଳନୀ ପରେ ପ୍ରଧାନମନ୍ତ୍ରୀ ମୋଦି ନିଜର ଦିନିକିଆ ଗସ୍ତରେ ଗ୍ରୀସରେ ପହଞ୍ଚିଛନ୍ତି। ମୋଦିଙ୍କୁ ଏଥେନ୍ସ ଅନ୍ତର୍ଜାତୀୟ ବିମାନବନ୍ଦରରେ ଗ୍ରୀକ ବୈଦେଶିକ ମନ୍ତ୍ରୀ ଜର୍ଜ ଜେରାପାଟେରାଇଟିସ ପାଛୋଟି ନେଇଥିଲେ। ଏହା ପରେ ଗ୍ରୀସର ଭାରତୀୟ ବଂଶୋଦ୍ଭବ ତାଙ୍କୁ ସ୍ବାଗତ କରିଥିଲେ।

ଗ୍ରୀସ ରାଷ୍ଟ୍ରପତି କାଟରିନା ଏନ ସାକେଲାରୋପୁଲ ମୋଦିଙ୍କୁ ‘ଗ୍ରାଣ୍ଡ କ୍ରସ ଅଫ ଅର୍ଡର ଅଫ ଅନର’ରେ ସମ୍ମାନିତ କରିଥିଲେ। ଏହି ଅବସରରେ ପିଏମ ମୋଦି ତାଙ୍କ ଅଫିସିଆଲ ଏକ୍ସ (ପୂର୍ବ ଟ୍ବିଟର) ହ୍ୟାଣ୍ଡେଲରେ ଏକ ପୋଷ୍ଟ କରିଛନ୍ତି। ସେ କହିଛନ୍ତି, ମୋତେ ‘ଗ୍ରାଣ୍ଡ କ୍ରସ ଅଫ ଅର୍ଡର ଅଫ ଅନର’ରେ ସମ୍ମାନିତ କରିଥିବାରୁ ମୁଁ ରାଷ୍ଟ୍ରପତି କ୍ୟାଟେରିନା ସାକେଲାରୋପୁଲୁ, ଗ୍ରୀସ ସରକାର ଓ ଗ୍ରୀସର ଜନସାଧରଣଙ୍କୁ ଧନ୍ୟବାଦ ଜଣାଉଛି।

Leave A Reply

Your email address will not be published.