ଭୁବନେଶ୍ୱର (ଆମ ଟିଭି): ଭୁବନେଶ୍ୱର: ବଦଳିବ ଓଡ଼ିଶାର ରେଳ ଷ୍ଟେସନର କାୟାକଳ୍ପ । ମିଳିବ 21ଟି ଅମୃତ ଭାରତ ରେଳ ଷ୍ଟେସନ । ଏହାକ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଫେବୃଆରୀ 26 ରେ ସେ ସାରା ଦେଶରେ 554 ଟି ରେଳ ଷ୍ଟେସନ ଏବଂ 15 ହଜାର ରେଲୱେ ଓଭରବ୍ରିଜର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।
ଏହି କ୍ରମରେ ଓଡ଼ିଶାରେ 900 କୋଟି ଟଙ୍କାର 21 ଟି ଅମୃତ ଭାରତ ରେଳ ଷ୍ଟେସନ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରହିଛି । ଏଥିରେ 13ଟି ଷ୍ଟେସନ ପୂର୍ବତଟ ରେଳପଥରେ ରହିଥିବା ବେଳେ, 6ଟି ଦକ୍ଷିଣପୂର୍ବ ଓ 2ଟି ଦକ୍ଷିଣ ପୂର୍ବ ସେଣ୍ଟ୍ରାଲ ରେଲୱେରେ ରହିଛି । ବିମଲଗଡ, ରାୟଗଡ଼ା, ଝାରସୁଗୁଡ଼ା, ସମ୍ବଲପୁର, ଟିଟିଲାଗଡ଼, ପାରାଦୀପ ଆଦି ସହରରେ ନିର୍ମାଣ ହେବ ଅମୃତ ଭାରତ ରେଳ ଷ୍ଟେସନ ।