ଜନ୍ମ ଦିନରେ ସୋନିଆଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି
ନୂଆଦିଲ୍ଲୀ: ଆଜି ବର୍ଷୀୟାନ୍ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ୭୭ତମ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି।
‘ଏକ୍ସ୍’ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖିଛନ୍ତି: ଜନ୍ମଦିନରେ ସୋନିଆ ଗାନ୍ଧୀଜୀଙ୍କୁ ଆନ୍ତରିକ ଶୁଭେଚ୍ଛା। ତାଙ୍କର ଜୀବନ ଦୀର୍ଘ ଓ ନିରାମୟ ହେଉ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ୍ଗେ, କେ. ସି. ବେଣୁଗୋପାଳ, ଶଶି ଥରୁର୍ ଏବଂ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍. କେ. ଷ୍ଟାଲିନ୍ ମଧ୍ୟ ସୋନିଆ ଗାନ୍ଧୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଖଡ୍ଗେ କହିଛନ୍ତି ଯେ, ନିଷ୍ପେଷିତମାନଙ୍କ ଅଧିକାର ସପକ୍ଷରେ ସୋନିଆ ଗାନ୍ଧୀ ନିରବଚ୍ଛିନ୍ନ ଦାବି କରି ଆସୁଛନ୍ତି। ‘ଏକ୍ସ୍’ କରି ସେ ଲେଖିଛନ୍ତି: ସାହସ, ଦୃଢ଼ତା ଓ ନିଃସ୍ବାର୍ଥ ତ୍ୟାଗ ସହିତ ପ୍ରତିକୂଳ ପରିସ୍ଥିତର ସମ୍ମୁଖୀନ ହେଉଥିବା ବେଳେ ନିଷ୍ପେଷିତମାନଙ୍କର ଅଧିକାର ନିମନ୍ତେ ନିରବଚ୍ଛିନ୍ନ ଦାବି କରୁଥିବା ସୋନିଆ ପରମ କରୁଣାର ସେଙ୍କେତ ଭାବେ ଉଭା ହୋଇଛନ୍ତି। ମୁଁ ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରୁଛି।