ଚିଠି ଲେଖିଲେ ମୋଦି, ଜାଣନ୍ତୁ କାହିଁକି

0

ନୂଆଦିଲ୍ଲୀ: ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନର ‌ଗୋଟା‌ଏ ଦିନ ପୂର୍ବରୁ ଖୋଲାଖୋଲି ଭାବେ ଏକ ପତ୍ର ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋ‌ଦୀ। ସେ ହିମାଚଳପ୍ରଦେଶବାସୀଙ୍କୁ ପତ୍ର ଜରିଆରେ ଜଣାଇଛନ୍ତି ଯେ ‘ଡବଲ୍‌ ଇଞ୍ଜିନ୍‌ ହେଲେ ଯାଇ ବିକାଶ ଜଲ୍‌ଦି ହେବ। ରାଜ୍ୟରେ ବିଜେପି ଓ କେନ୍ଦ୍ରରେ ବିଜେପି ଏକା ସହ ହେଲେ ଯଇ ଉନ୍ନତି ହେବ। ଏହି ରାଜ୍ୟ ଦଶଂଧି ଧରି ଅଣଦେଖା ହୋଇ ରହିିଛି। ବିକାଶର ଯାତ୍ରାକୁ ଜାରି ରଖିବାକୁ ବିଜେପିକୁ ଭୋଟ୍‌ ଦିଅନ୍ତୁ।’

ସେ ଆହୁରି ବି କହିଛନ୍ତି ଯେ କେନ୍ଦ୍ରରୁ ମିଳୁଥିବା ସୁବିଧା ସବୁକୁ କଂଗ୍ରେସ ବ୍ଲକ୍‌ କରିଦେଉଛି। ମୋଦୀ ଆହୁରି ବି କହିଛନ୍ତି ଯେ ‘ମୁଁ ଯେତେବେଳେ ୨୦୧୪ ମସିହାରେ କେନ୍ଦ୍ରରେ ନିର୍ବାଚିତ ହୋଇଥିଲି ସେତେବେଳେ ହିମାଚଳପ୍ରଦେଶରେ ଏକ ଭିନ୍ନ ଦଳ ଥିଲା। ସେହି ଦଳ କେନ୍ଦ୍ରର ସୁବିଧାକୁ ବ୍ଲକ୍‌ କରି ରଖୁଥିଲା। ଯେତେବେଳେ ୨୦୧୭ ମସିହାରେ ବିଜେପି କ୍ଷମତାକୁ ଅ‌ାସିଲା ତ ରାଜ୍ୟରେ ବିକାଶ ଘଟିଲା। ଏହାକୁ ଆପଣ ଏବେ ବନ୍ଦ ନକରିବା ଉଚିତ।’

Leave A Reply

Your email address will not be published.