ଜି୨୦ ସମ୍ମିଳନୀରେ ନୂଆ ବିଶ୍ଵ ଗଠନ କରିବାକୁ ମୋଦିଙ୍କ ଆହ୍ବାନ
ନୂଆଦିଲ୍ଲୀ: ଇଣ୍ଡୋନେସିଆ ଗସ୍ତରେ ଯାଇ ବାଲିରେ ଅନୁଷ୍ଠିତ ହୋଇଥିବା ଜି୨୦ ଶିଖର ବୈଠକରେ ମୋଦୀ ନିଜର ଅଭିଭାଷଣରେ କହିଛନ୍ତି ଯେ ‘ମୁଁ ବାରମ୍ବାର କହୁଛି ଯେ ଆମକୁ ୟୁକ୍ରେନରେ ଯୁଦ୍ଧ ବିରତି ଏବଂ କୁଟନୈତିକ ପଥରେ ଫେରିବାର ରାସ୍ତା ଖୋଜିବାକୁ ପଡ଼ିବ। କୋଭିଡ ପରେ ଏକ ନୂଆ ବିଶ୍ବ ଗଠନ କରିବାର କାମ ଆମର। ସମୟ ଦାବି କରୁଛି ଯେ ଆମେ ବିଶ୍ବରେ ଶାନ୍ତି, ଶୃଙ୍ଖଳା ଓ ସଦ୍ଭାବ ବଜାୟ ରଖିବା। ମୁଁ ଆଶା କରୁଛି ଯେ ଆଗାମୀ ବର୍ଷ ଯେବେ ଜି-୨୦ ବୁଦ୍ଧ ଓ ଗାନ୍ଧୀଙ୍କ ପବିତ୍ର ଭୂମିରେ ହେବ ତ ଆମେ ସମସ୍ତେ ଏକମତ ହୋଇ ବିଶ୍ବକୁ ଶାନ୍ତି ବାର୍ତ୍ତା ପ୍ରଦାନ କରିବା।’
ଜଳବାୟୁ ପରିବର୍ତ୍ତନ, କରୋନା ମହାମାରୀ ଓ ୟୁକ୍ରେନ୍ ଯୁଦ୍ଧ ଆଦି ପୂରା ବିଶ୍ବରେ ଭିନ୍ନ ଭିନ୍ନ ସମସ୍ୟା ଉପୁଜାଇଥିବା ବେଳେ ଜନଜୀବନ ସଂକଟ ପଥକୁ ଚାଲି ଯାଇଛନ୍ତି। ସବୁ ଦେଶର ଗରିବ ନାଗରିକମାନଙ୍କ ପାଇଁ ଏହା ଏକ ଗମ୍ଭୀର ଆହ୍ବାନ ପାଲଟିଛି। ବହୁ ପ୍ରଭାବଶାଳୀ ଜାତିସଂଘ ବି ପ୍ରଭାବହୀନ ହୋଇ ପଡ଼ିଥିବା ବେଳେ ଆମେ ସ୍ବୀକାର କରିବାକୁ ବାଧ୍ୟ ଯେ ଆମେ ସମସ୍ତେ ଜନ ସଧାରଣରଙ୍କ ସାହାଯ୍ୟ କରିବାରେ ବିଫଳ ହୋଇଛେ। ଏହି ପରିସ୍ଥିତିରେ ଜି-୨୦ ବୈଠକର ଯଥେଷ୍ଟ ଗୁରୁତ୍ବ ରହିଛି ଓ ସାମଗ୍ରୀକ ପ୍ରାସଂଗିକତା ଆହୁରି ଅଧିକ ବୃଦ୍ଧି ପାଇଛି।