ନୂଆଦିଲ୍ଲୀ(ଆମ ଟିଭି): ଆଜି ମୋଦୀଙ୍କ ମନ କି ବାତ୍ କାର୍ଯ୍ୟକ୍ରମ । ଯାହା ଚଳିତ ବର୍ଷର ଦ୍ୱିତୀୟ ମନ କି ବାତ କାର୍ୟ୍ୟକ୍ରମ । ପୂର୍ବାହ୍ନ ୧୧ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ମାସିକ ରେଡିଓ କାର୍ୟ୍ୟକ୍ରମର ୯୮ ତମ ପର୍ୟ୍ୟାୟ ହେବ । ଦେଶ ତଥା ବିଦେଶରେ ଥିବା ଲୋକଙ୍କ ସହ ଭାବ ବିନିମୟ କରିବେ ମୋଦି । ପ୍ରତି ମାସ ଶେଷ ରବିବାରରେ ଦେଶବାସୀଙ୍କୁ ମନର କଥା କହିଥାନ୍ତି ପ୍ରଧାନମନ୍ତ୍ରୀ । ଯେଉଁଥିରେ କିଛି ସଫଳ ବ୍ୟକ୍ତିଙ୍କ ସଂଘର୍ଷର କଥା ଓ ସଫଳତାର କାହାଣୀ ସହ ଏତିହ୍ୟ ଓ ନୂଆ ଭାରତ ସମ୍ପର୍କରେ ନିଜର ଭାବ ପ୍ରକାଶ କରିଥାନ୍ତି ।
ଏହି କାର୍ୟ୍ୟକ୍ରମରେ ଅନେକ ଥର ପ୍ରଧାନମନ୍ତ୍ରୀ ଓଡ଼ିଶାର ଅନେକ ସଫଳ ବ୍ୟକ୍ତିଙ୍କ କଥା ଓ କାହାଣୀକୁ ଦେଶବାସୀଙ୍କୁ କହିଛନ୍ତି । କେନ୍ଦୁଝର ଜିଲ୍ଲାର ଆଦିବାସୀ ଯୁବତୀ କୁନି ଦେହୁରୀ କିଭଳି ସୌର ଶକ୍ତି ମାଧ୍ୟମରେ ଅନ୍ୟକୁ ରୋଜଗାର ଦେଉଛନ୍ତି ତାହାର ଉଦାହରଣ ଦେଇଥିଲେ ମୋଦି । ଓଓଞ ଭୁବନେଶ୍ୱର ପକ୍ଷରୁ ବିକଶିତ କରାଯାଉଥିବା ପୋଟେବଲ୍ ଭେଣ୍ଟିଲେଟର କଥା ମଧ୍ୟ ଉଲ୍ଲେଖ କରିଥିଲେ ପ୍ରଧାନମନ୍ତ୍ରୀ । ଏହାଦ୍ୱାରା ଉପାନ୍ତ ଅଞ୍ଚଳବାସୀଙ୍କୁ ସ୍ବାସ୍ଥ୍ୟ ସେବାର ସୁବିଧା ମିଳିପାରିବ ।