ମେଡ଼ିକାଲରେ ଭର୍ତ୍ତି ହେଲେ ମୋଦୀଙ୍କ ମା

0

ଅହମଦାବାଦ: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରା ବେନ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ୯୯ ବର୍ଷୀୟ ହୀରା ବେନ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ଗତକାଲି ରାତିରେ ହଠାତ ବିଗଡ଼ି ଯାଇଥିଲା। ଏଥିପାଇଁ ତାଙ୍କୁ ଆଜି ଅହମଦାବାଦର ଗୋଟିଏ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଜୁନ୍‌ ମାସରେ ୯୯ ବର୍ଷରେ ପାଦ ଦେଇଥିବା ହୀରା ବେନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଅହମଦାବାଦ ସ୍ଥିତ ୟୁଏନ ମେହେତା ଇନଷ୍ଟିଚ୍ୟୁଟ ଅଫ କାର୍ଡିଓଲୋଜି ଆଣ୍ଡ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ସୂଚନା ଦିଆଯାଇଛି। ଏହି ଧାଡ଼ିକିଆ ପ୍ରତିକ୍ରିୟା ବ୍ୟତୀତ ହୀରା ବେନଙ୍କ ସମ୍ପର୍କରେ ହସ୍ପିଟାଲ ପକ୍ଷରୁ ଆଉ କୌଣସି ପ୍ରକାର ସୂଚନା ଦିଆଯାଇନି।

ହୀରା ବେନ୍‌ ହସ୍ପିଟାଲରେ ଥିବା ଖବର ପ୍ରଚାର ହେବା ପରେ ବିଜେପିର ଗୁଜରାଟ ବିଧାୟକ ଦର୍ଶନବେନ ବାଘେଲା ଓ କୌଶିକ ଜୈନ ସେଠାରେ ପହଞ୍ଚିଛନ୍ତି।

ନିକଟରେ ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିବାକୁ ଯାଇଥିବା ବେଳେ ମା’ ହୀରା ବେନ୍‌ଙ୍କୁ ଭେଟିଥିଲେ। ଏଥିସହ ଉଭୟ ବେଶ କିଛି ସମୟ କ୍ୟାମେରା ଆଗରେ କଥାବର୍ତ୍ତା ହୋଇଥିଲେ। କଥାବାର୍ତ୍ତା ଦୃଶ୍ୟ ସାମ୍ନାକୁ ଆସିଥିବା ବେଳେ ସେମାନେ କ’ଣ ହୋଇଥିଲେ, ସେକଥା ଶୁଣା ଯାଇ ନଥିଲା। ଜୁନ୍‌ ମାସରେ ହୀରା ବେନଙ୍କ ୯୯ ବର୍ଷୀୟ ଜନ୍ମ ଦିନରେ ମଧ୍ୟ ମୋଦି ତାଙ୍କ ପାଖକୁ ଯାଇଥିଲେ।

Leave A Reply

Your email address will not be published.