ବିଧାୟକ ପଦ ବଜାୟ ରଖିଲେ ମହମ୍ମଦ ମୋକିମ

0

କଟକ (ଆମ ଟିଭି): ବିଧାୟକ ମହମ୍ମଦ ମୋକିମଙ୍କ ପିଛା ଛାଡ଼ୁନି ବିବାଦ । କୌଣସି ନା କୌଣସି ପ୍ରସଙ୍ଗକୁ ନେଇ ସେ ସବୁବେଳେ ବିବାଦରେ ଥାଆନ୍ତି । କିନ୍ତୁ ଆଜି ତାଙ୍କୁ ଆଶ୍ୱସ୍ତି ମିଳିଛି । ଓଆରଏଚଡିସି ଦୁର୍ନୀତି ମାମଲାରେ ଆଶ୍ୱସ୍ତ ହେଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ। । ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଲଗାଇଲେ ହାଇକୋର୍ଟ । ହାଇକୋର୍ଟଙ୍କ ରହିତାଦେଶ ପରେ ମୋକିମଙ୍କ ବିଧାୟକ ପଦ ବଜାୟ ରହିଛି । ଆସନ୍ତା ଫେବ୍ରୁଆରୀ ୨୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ଓଆରଏଚଡିସି ଦୁର୍ନୀତି ମାମଲାରେ ଭୁବନେଶ୍ୱର ଭିଜିଲାନ୍ସ କୋର୍ଟ ମହମ୍ମଦ ମୋକିମ ଏବଂ ଅନ୍ୟ ତିନି ଜଣଙ୍କୁ ଆଇପିସି ଏବଂ ଦୁର୍ନୀତି ନିବାରଣ ଆଇନର ବିଭିନ୍ନ ଧାରାରେ ଦୋଷୀ ସାବ୍ୟସ୍ତ କରିବା ସହ ତିନି ବର୍ଷ ଜେଲ ଦଣ୍ଡାଦେଶ ଏବଂ ୫୦ ହଜାର ଟଙ୍କାର ଜରିମାନାରେ ଦଣ୍ଡିତ କରିଥିଲେ । ଏହି ଦଣ୍ଡାଦେଶକୁ ବିରୋଧ କରି କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଗତ ୧୦ ତାରିଖ ଦିନ ମାମଲାର ପ୍ରାରମ୍ଭିକ ଶୁଣାଣି କରି ମୋକିମଙ୍କ ଆବେଦକୁ ଗ୍ରହଣ କରିବା ସହ ଜରିମାନା ଆଦାୟ ଉପରେ ରହିତାଦେଶ ଜାରି କରିଥିଲେ ହାଇକୋର୍ଟ । ଏହା ଛଡ଼ା ଏକ ଲକ୍ଷ ଟଙ୍କାର ଦୁଇ ଜଣ ଜାମିନଦାରଙ୍କ ବଦଳରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ ।

Leave A Reply

Your email address will not be published.