ଭୁବନେଶ୍ଵର (ଆମ ଟିଭି); ମୋହନ ସରକାରଙ୍କ ପ୍ରଥମ ନିବେଶକ ସମ୍ମିଳନୀ । ଆସନ୍ତା ୭ ,୮ ଓ ୯ ତାରିଖରେ ନିବେଶକ ସମ୍ମିଳନୀ କରିବେ ସରକାର । ପୁନେ ଓ ଅହମଦାବାଦରେ ଆୟୋଜନ ହୋଇଛି ଏହି ସମ୍ମିଳନୀ । ଅଟୋମୋବାଇଲ, ଫୁଡ ପ୍ରୋସେସିଂ, ଡାଉନ ଷ୍ଟ୍ରିମ ଇଣ୍ଡଷ୍ଟ୍ରି, ମେଟାଲ କ୍ଷେତ୍ରରେ ନିବେଶକଙ୍କ ସହ ୱାନ ଟୁ ୱାନ ଆଲୋଚନା ଓ ଗୋଲ ଟେବୁଲ ବୈଠକ କରିବେ ଶିଳ୍ପ ବିଭାଗ ଅଧିକାରୀ ।
ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ଵାଇଁ, ଶିଳ୍ପ ସଚିବ, ଏମଏସଏମଇ ମନ୍ତ୍ରୀଙ୍କ ସହ ଅନ୍ୟ ଅଧିକାରୀ ଯୋଗ ଦେବେ । ୨୦୨୯ ସୁଦ୍ଧା ଅଢେଇ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ଚଳିତ ବର୍ଷ ଉତ୍କଳ ଉତ୍କର୍ଷ ସମ୍ମିଳନୀ ଆୟୋଜନ କରି ଅଧିକ ପୁଞ୍ଜି ଆଣିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।