ଦିଦିଙ୍କୁ ପଛରେ ପକାଇଲେ ମୋହନ

0

ଅକ୍ଳାନ୍ତ ପରିଶ୍ରମ, ନିଷ୍ଠା, ପ୍ରତିଶ୍ରୁତିବଦ୍ଧତା ଓ ବିଜେପି ସରକାରର ଅଭିନବ ଯୋଜନାକୁ ଦକ୍ଷତାର ସହ କାର୍ଯ୍ୟକାରୀ କରି ସଫଳତା ପାଇଛନ୍ତି ମୋହନ ମାଝୀ । ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମିଳିଛି ଜାତୀୟ ସ୍ବୀକୃତି । ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ତାଲିକାରେ ଅଷ୍ଟମ ସ୍ଥାନରେ ଅଛନ୍ତି ମୋହନ ।  ବହୁ ପୁରୁଖା ଓ ଅଭିଜ୍ଞ ମୁଖ୍ୟମନ୍ତ୍ରୀଙ୍କୁ ପଛକୁ ଠେଲି ୧୪ ମାସର ସରକାରର ମଙ୍ଗ ଧରିଥିବା ମୋହନ ମାଝୀଙ୍କ ଦକ୍ଷତାକୁ ଲୋକ ପସନ୍ଦ କରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଏହି ତାଲିକାରେ ମୋହନ ମାଝୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପଛରେ ପକାଇଛନ୍ତି । ଜାତୀୟସ୍ତରର ଜଣାଶୁଣା ପତ୍ରିକା ‘ଇଣ୍ଡିଆ ଟୁଡେ-ସିଭୋଟର’ ପକ୍ଷରୁ ‘ମୁଡ୍ ଅଫ ଦ ନେସନ’ ମିଳିତ ସର୍ଭେରେ ଦେଶର ବୃହତ୍ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦକ୍ଷତା ଆକଳନରେ ମୋହନ ବେଶ୍ ଆଗରେ ଅଛନ୍ତି ।

ସର୍ଭେ ଦର୍ଶାଇଛି, ଦକ୍ଷତା ଆଧାରରେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ ଅଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା । ସର୍ଭେରେ ସାମିଲ ଲୋକଙ୍କ ମଧ୍ୟରୁ ୪୪.୬ ପ୍ରତିଶତ ହିମନ୍ତଙ୍କ କାର୍ଯ୍ୟକଳାପରେ ସନ୍ତୋଷ ପ୍ରକଟ କରିଛନ୍ତି । ଓଡ଼ିଶାର ଯେତିକି ଲୋକ ସର୍ଭେରେ ସାମିଲ ହୋଇଥିଲେ ସେମାନଙ୍କ ମଧ୍ୟରୁ ୩୪.୨ ପ୍ରତିଶତ ମୁଖ୍ୟମନ୍ତ୍ରୀ ଭାବେ ମୋହନଙ୍କ ଦକ୍ଷତା ଓ କାର୍ଯ୍ୟକଳାପରେ ଖୁସି ଅଛନ୍ତି । ଅଭିଜ୍ଞ ମୁଖ୍ୟମନ୍ତ୍ରୀ ଭାବେ ପରିଚିତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୋହନଙ୍କଠାରୁ ପଛରେ ଅଛନ୍ତି । ମମତା ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ତାଲିକାରେ 9ମ ସ୍ଥାନରେ ରହିଛନ୍ତି ।

ଅନ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ଦ୍ଵିତୀୟ ଏବଂ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ତୃତୀୟ ସ୍ଥାନ ମିଳିଛି । ୪ର୍ଥ ସ୍ଥାନରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ରଭାଇ ପଟେଲ, ୫ମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଥିଲା ବେଳେ ୬ଷ୍ଠ ସ୍ଥାନରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ସନ୍ତୁଷ୍ଟ ହେବାକୁ ପଡ଼ିଛି । ୭ମରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏବଂ ୧୦ମ ସ୍ଥାନରେ ଅଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ସିଂ ମାନ ।

Leave A Reply

Your email address will not be published.