ନିର୍ବାଚନ ଲଢ଼ି ପାରିବେ ନାହିଁ ମୋକିମ୍

0

ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ତେବେ ଲୋକ ସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ ବିଭିନ୍ନ ଦଳର ପ୍ରାର୍ଥୀ ଘୋଷଣା ରାଜନୀତିକୁ ଆହୁରି ଉଷ୍ମ କରୁଛି। କାହାର ଟିକେଟ କଟିବ କାହାର ରହିବ ଏନେଇ ନେତାଙ୍କ ଛାତି ଧରପଗଡ ହେଉଛି।

କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ORHDCଦୁର୍ନୀତି ମାମଲାରେ ଜାମିନ ମିଳିଛି । ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ସ୍ବତନ୍ତ୍ର ଭିଜିଲାନସ କୋର୍ଟ ୩ ବର୍ଷ ଦଣ୍ଡାଦେଶ ଦେଇଥିଲେ । ଦଣ୍ଡାଦେଶ ଉପରେ ରହିତାଦେଶ ଲାଗି SC ଯାଇଥିଲେ ମୋକିମ । ହେଲେ ଏହା ଉପରେ ରହିତାଦେଶ ଦେବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ । ମାମଲାର ଫଇସଲା ପର୍ଯ୍ୟନ୍ତ ଦଣ୍ଡାଦେଶକୁ ହଟା ଯାଇପାରିବ ନାହିଁ । ଯାହା ଯୋଗୁ ନିର୍ବାଚନ ପରିପ୍ରେକ୍ଷୀରେ ମୋକିମଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ଦୋଷୀ ସାବ୍ୟସ୍ତ ହୋଇ ୩ ବର୍ଷ ଜେଲ ଦଣ୍ଡାଦେଶ ପାଇଥିବାରୁ ମୋକିମଙ୍କ ସଦସ୍ୟ ପଦ ରଦ୍ଦ ହୋଇଛି । ତେବେ ହାଇକୋର୍ଟରୁ ଏହା ଉପରେ ରହିତାଦେଶ ମିଳିଲେ ସେ ତାଙ୍କ ସଦସ୍ୟ ପଦ ବଜାୟ ରଖିପାରିବେ । ବର୍ତ୍ତମାନ ସେ ଆଉ ୩ବର୍ଷ ଯାଏଁ ନିର୍ବାଚନ ଲଢି ପାରିବେ ନାହିଁ। ତେଣୁ କୁହାଯାଉଛି ତାଙ୍କ ବଦଳରେ କଂଗ୍ରେସ ତାଙ୍କ ଝିଅ ସୋଫିଆ ଫିରଦୋସଙ୍କୁ ଟିକେଟ୍‌ ଦେଇପାରେ।

 

ବାରବାଟର-କଟକରୁ ବିଜେଡି ପ୍ରକାଶ ବେହେରାଙ୍କୁ ଟିକେଟ୍‌ ଦେଇଛି। ଭାଜପା ଅରିନ୍ଦମ ରଏଙ୍କୁ ଟିକେଟ ଦେବ କି ନାହିଁ ଛକାପଞ୍ଝାରେ ରହିଛି। ହେଲେ ମୋକିମ ନିର୍ବାଚନ ଲଢିପାରିବେ ନାହିଁ କନଫର୍ମ ହେବା ପରଠାରୁ କଂଗ୍ରେସର ଅଡୁଆ ବଢିଛି। କାରଣ ମୋକିମଙ୍କୁ ଜାମିନ ମିଳିଥିଲେ ହେଁ ଦଣ୍ଡାଦେଶ କାଏମ ରହିଛି। ଚର୍ଚ୍ଚା ହେଉଛି କି କଂଗ୍ରେସ ମୋକିମଙ୍କ ପରିବେର୍ତ୍ତେ ତାଙ୍କ ଝିଅ ସୋଫିଆ ଫିରଦୋସ ମଇଦାନକୁ ଓହ୍ଲାଇବା ନେଇ ଚର୍ଚ୍ଚା ଚାଲିଛି।

ବାରବାଟୀ-କଟକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏଥର କଂଗ୍ରେସକୁ ନେଇ ଏକ ରୋଚକ ସ୍ଥିତି ଦେଖିବାକୁ ମିଳିପାରେ। ବିଜେଡିରୁ ପ୍ରକାଶ ବେହେରା ପ୍ରାର୍ଥୀ ଘୋଷଣା ହୋଇଥିବା ବେଳେ ଭାଜପାର ଘୋଷଣା ବାକି ଅଛି। ଏଭଳି ସ୍ଥିତିରେ କଂଗ୍ରେସ ଏକ ନୂଆ ଚେହେରାକୁ ଟିକେଟ ଦେଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ସେ ହେଉଛନ୍ତି ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ।

ସୋଫିଆ Metro graden Estate ପ୍ରାଇଭେଟ ଲିମିଟେଡର ମ୍ୟାନେଜିଂ ଡାଇରେକ୍ଟର। ଏଥିସହ କ୍ରେଡ଼ାଇ ଭୁବନେଶରର ସଭାପତି। ଏକ ବଡ଼ ବ୍ୟବସାୟୀ କମ୍ପାନୀର ନେତୃତ୍ୱ ନେଉଥିବା ଏହି ମହିଳା ଏବେ କଟକ ବାରବାଟୀ ଆସନକୁ ନେଇ ଚର୍ଚ୍ଚାରେ ଅଛନ୍ତି।

Leave A Reply

Your email address will not be published.