ଚାଷୀଙ୍କ ଆକାଉଣ୍ଟକୁ ଆସିବ ଟଙ୍କା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ହିତାଧିକାରୀ ଚାଷୀଙ୍କ ପାଇଁ ବଡ ଖୁସି ଖବର । ଖୁବଶୀଘ୍ର ଆକାଉଣ୍ଟକୁ ଆସିବାକୁ ଯାଉଛି ଟଙ୍କା । କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଷୀଙ୍କ ଆକାଉଣ୍ଟକୁ ଯିବ ସହାୟତା ରାଶି । ଚାଷୀଙ୍କ ଆକାଉଣ୍ଟକୁ ପୂର୍ବରୁ ପିଏମ କିସାନ ସମ୍ମାନ ନିଧି ଯୋଜନା (PM Kisan Samman Nidhi Scheme)ର ୧୫ଟି କିସ୍ତି ଟଙ୍କା ଆସି ସାରିଛି । ତେବେ ୧୬ତମ କିସ୍ତିକୁ ନେଇ ବଡ ଖବର ସାମ୍ନାକୁ ଆସିଛି ।
ରିପୋର୍ଟ ଅନୁଯାୟୀ, ୧୬ ତମ କିସ୍ତି ଟଙ୍କା ଖୁବଶୀଘ୍ର ଚାଷୀଙ୍କ ଆକାଉଣ୍ଟକୁ ଆସିବାକୁ ଯାଉଛି । ସରକାର ଏଥିପାଇଁ ତାରିଖ ଘୋଷଣା କରିଛନ୍ତି। ପ୍ରତ୍ୟେକ ଥର ପରି ଏଥର କୃଷକଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହେବ। ଆସନ୍ତା ଫେବୃଆରୀ ୨୮ରେ PM Kisanର ୧୬ ତମ କିସ୍ତି ଦିଆଯିବ। ଦେଶର ୮ କୋଟି ଚାଷୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ଯିବ। ସିଧାସଳଖ DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟରେ ଜମା ହେବ ।