ଏଥର ସଅଳ ଆସିବ ମୌସୁମୀ: ମେ’ ୨୭ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ସମ୍ଭାବନା

0

ନୂଆଦିଳ୍ଲୀ (ଆମ ଟିଭି):  ଚଳିତଥର ସହଳ ଆସିବ ମୌସୁମୀ । ପୂର୍ବବର୍ଷ ଅପେକ୍ଷା ଶୀଘ୍ର ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ୨୭ ମେରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଗତବର୍ଷ ମେ ୩୧ ତାରିଖରେ କେରଳ ଉପକୂଳ ଛୁଇଁଥିଲା ମୌସୁମୀ ବାୟୁ ।

ସାଧାରଣତଃ କେରଳ ଉପକୂଳ ଛୁଇଁବାର ୧୦ରୁ ୧୨ ଦିନ ମଧ୍ୟରେ ଓଡ଼ିଶାକୁ ଅଗ୍ରସର ହୋଇଥାଏ ମୌସୁମୀ ବାୟୁ । ତେଣୁ ଜୁନ୍ ୭ରୁ ୮ ତାରିଖ ମଧ୍ୟରେ ଓଡ଼ିଶା ଛୁଇଁପାରେ ମୌସୁମୀ । ଏହାସହ ଚଳିତବର୍ଷ ମୌସୁମୀ ଋତୁରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ।

Leave A Reply

Your email address will not be published.