ବିଳମ୍ବରେ ଓଡ଼ିଶା ଛୁଇଁବ ମୌସୁମୀ ! ଆଞ୍ଚଳିକ ପାଣିପାଗ ପକ୍ଷରୁ ସୂଚନା
ଭୁବନେଶ୍ବର : କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ସପ୍ତାହେ ବିଳମ୍ବରେ ମୌସୁମୀ କେରଳ ଛୁଇଁଛି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ପକ୍ଷରୁ ସୂଚନା ମିଳିଛି। କେରଳକୁ ସପ୍ତାହେ ବିଳମ୍ବରେ ମୌସୁମୀ ଛୁଇଁଥିବାରୁ ଓଡ଼ିଶାକୁ ମଧ୍ୟ ବିଳମ୍ବରେ ଆସିପାରେ ବୋଲି ଆକଳନ କରାଯାଇଛି। କେରଳ ଛୁଇଁବାର ୧୦ ଦିନ ପରେ ସାଧାରଣତଃ ମୌସୁମୀ ଓଡ଼ିଶାକୁ ଆସିଥାଏ। ତେଣୁ ଜୁନ ୧୪ ବେଳକୁ ମୌସୁମୀ ଓଡ଼ିଶା ଛୁଇଁବାର ଯଥେଷ୍ଟ ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଚଳିତ ବର୍ଷ ମୌସୁମୀ କେବେ ଓଡ଼ିଶା ଛୁଇଁବ ସେ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କିଛି ସ୍ପଷ୍ଟ ସୂଚନା ଦିଆଯାଇନାହିଁ।