ମାସକୁ ସାଢେ ୩ ହଜାର ଟଙ୍କାର ଭତ୍ତା : ଜୁନ ମାସରେ ଯୋଡି ହେବେ ୮୩ ହଜାର ୧୩୫ ଜଣ ହିତାଧିକାରୀ

0

ମାସକୁ ସାଢେ ୩ ହଜାର ଟଙ୍କାର ଭତ୍ତା । ଜୁନ ମାସରେ ଯୋଡି ହେବେ ୮୩ ହଜାର ୧୩୫ ଜଣ ହିତାଧିକାରୀ । ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏଥିସହ ମନ୍ତ୍ରୀ କହିଛନ୍ତି ନିର୍ବାଚନ ସମୟରେ ୮୦ ବର୍ଷ କିମ୍ବା ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ୩୫୦୦ ଟଙ୍କା ଭତ୍ତା ମିଳିବ ।

ଜାନୁଆରୀ ମାସ ରୁ ୪ ଲକ୍ଷ ହିତାଧିକାରୀ ଙ୍କୁ ଭତ୍ତା ଦେଉଥିଲୁ । ୮୩ ହଜାର ୧୩୫ ଜଣଙ୍କୁ ଜୁନରୁ ଭତ୍ତା ଦେବୁ । ୫ ଲକ୍ଷ ହିତାଧିକାରୀଙ୍କୁ ଜୁନ ରୁ ବର୍ଦ୍ଧିତ ଭତ୍ତା ମିଳିବ । ସରକାରଙ୍କ ଏହି ପଦକ୍ଷେପ ଅନୁସାରେ, ୨୦୨୫ ମସିହା ଜୁନ ମାସ ସୁଦ୍ଧା ଯେଉଁ ବରିଷ୍ଠ ନାଗରିକ ମାନଙ୍କର ବୟସ ୮୦ ବର୍ଷ ଅତିକ୍ରମ କରିଥିବ ଏବଂ ଯେଉଁ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କର ଅକ୍ଷମତା ୮୦ ଭାଗରୁ ଅଧିକ ହୋଇଥିବ, ସେମାନଙ୍କୁ ଜୁନ୍ ମାସରୁ ମାସିକ ୩ ହଜାର ୫୦୦ ଟଙ୍କା ଭତ୍ତା ପ୍ରଦାନ କରାଯିବ । ଏହି ଉଦ୍ଦେଶ୍ୟରେ ସରକାର ବିଜ୍ଞପ୍ତି ଜାରି କରିଛନ୍ତି ।

Leave A Reply

Your email address will not be published.