ନୂଆଦିଲ୍ଲୀ (ଆମ ଟିଭି): ଜୁଲାଇରେ ବ୍ୟାନ୍ ହୋଇଛି ୨ ନିୟୁତରୁ ଅଧିକ ହ୍ୱାଟ୍ସଆପ୍ ଆକାଉଣ୍ଟ । ଜୁନ ମାସରେ ପ୍ରାୟ ୨୨ ଲକ୍ଷ ଆଉଣ୍ଟକୁ ହ୍ୱାଟସଆପ ବ୍ୟାନ କରିଥିଲା। ହେଲେ ଜୁଲାଇରେ ଏହି ବ୍ୟାନ ସଂଖ୍ୟା ୨.୩ ନିୟୁତ ପାର କରି ଯାଇଛି। ତେବେ ଏତେ ସଂଖ୍ୟକ ଆକାଉଣ୍ଟକୁ କାହିଁକି ପ୍ରତିମାସରେ ବ୍ୟାନ କରୁଛି ହ୍ୱାଟସଆପ୍?
ହ୍ୱାଟସଆପ୍ କହିଛି ଯେ ଏହି ମେସେଜିଂ ଆପ୍କୁ ବ୍ୟବହାର କରୁଥିବା ବିଭିନ୍ନ ଗ୍ରାହକଙ୍କ ଅଭିଯୋଗକୁ ଭିତ୍ତି କରି ବ୍ୟାନ ନିଷ୍ପତ୍ତି ନିଆଯାଇଛି। ଏହାର ଅର୍ଥ ନୁହେଁ ଯେ ଆକାଉଣ୍ଟ ହୋଲ୍ଡରଙ୍କୁ କମ୍ପାନୀ ଅଭିଯୋଗ ପାଇବା ମାତ୍ରେ ବ୍ୟାନ ନୋଟିସ ପଠାଇ ଦେଉଛି। ଅଭିଯୋଗ ପାଇବା ପରେ ଅଭିଯୁକ୍ତ ଆକାଉଣ୍ଟକୁ ଭଲ ଭାବେ ଯାଞ୍ଚ କରାଯାଏ। ବିଶେଷଜ୍ଞ ଟିମ୍ ଏହାର ଯାଞ୍ଚ କରିବା ସହ ଅଭିଯୋଗର ସତ୍ୟାସତ୍ୟ ବିଷୟରେ ରିପୋର୍ଟ ଦିଅନ୍ତି। ଏହାପରେ ବ୍ୟାନ ନିଷ୍ପତ୍ତିକୁ କାର୍ୟ୍ୟକାରୀ କରାଯାଏ। ଅଭଦ୍ର ଟିପ୍ପଣୀ ସହ କ୍ଷତି ପହଞ୍ଚାଇବା ପାଇଁ ବ୍ୟବହାର କରାଯାଉଥିବା ୨.୩ ମିଲିୟନ ଆକାଉଣ୍ଟକୁ ଭାରତରେ ବ୍ୟାନ କରାଯାଇଛି।