ସକାଳୁ ସକାଳୁ ସିଝିଲାଣି ଭୁବନେଶ୍ୱର: ସାଢେ ୮ଟା ସୁଦ୍ଧା ତାପମାତ୍ରା ୩୩ ଡିଗ୍ରୀ ପାର୍

0

ଭୁବନେଶ୍ୱର (ଆମ ଟିଭି): ସାରା ରାଜ୍ୟରେ ତାପମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି । ସକାଳୁ ସକାଳୁ ତତଲା ହୋଇଛି ରାଜଧାନୀ । ସକାଳ ସାଢେ ୮ଟା ବେଳକୁ ଭୁବନେଶ୍ୱରରେ ପ୍ରବଳ ଗରମ ସହିତ ଗୁଳୁଗୁଳି । ଅସହ୍ୟ ଖରା ଯୋଗୁ ଅତିଷ୍ଠ ହୋଇପଡୁଛି ଜୀବନ । ଖରା ବଢିଚାଲିଥିବା ବେଳେ ଆଜି ରାଜଧାନୀରେ ତାପମାତ୍ରା ୩୩ ଡିଗ୍ରୀ ରେକର୍ଡ ହୋଇଛି । ସେହିଭଳି ଆଦ୍ରତା ୭୫ ପ୍ରତିଶତ ରହିଛି । ଆଦ୍ରତା ଯୋଗୁ ପ୍ରବଳ ଗୁଳୁଗୁଳି ଅନୁଭତ ହେୁଛି । ସେହିଭଳି ଆଗକୁ ଆହୁରି ୩ ଦିନ ଯାଏ ତାପମାତ୍ରା ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଜଣାପଡିଛି ।

ସୋମବାର ଦିନ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ସମ୍ବଲପୁରଠାରେ ୪୩.୨ ଡିଗ୍ରୀ ଓ ବୌଦ୍ଧଠାରେ ୪୩.୦ ଡିଗ୍ରୀ ରେକର୍ଡ ହୋଇଛି । ଏହାସହ ୧୩ ସହରର ତାପମାତ୍ରା ୪୦ ଡିଗ୍ରୀ ପାର୍ କରିଛି । ସୋମବାର ଦିନ ଭୁବନେଶ୍ବରର ତାପମାତ୍ରା ୩୮.୮ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଆର୍ଦ୍ରତା ୬୫% ରହିଥିବାରୁ ତାପମାତ୍ରା ପାଖାପାଖି ୪୫ ଡିଗ୍ରୀ ଯାଏ ଅନୁଭୂତ ହୋଇଥିଲା । ଆସନ୍ତା ୫ ଦିନ ପର୍ୟ୍ୟନ୍ତ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିବ ।

 

Leave A Reply

Your email address will not be published.