ଭୁଲରେ ବି ରାତିରେ ଏହି ସବୁ ଖାଦ୍ୟ ଖାଆନ୍ତୁ ନାହିଁ

0

ସଠିକ ଖାଦ୍ୟ ଖାଇବା ଦ୍ୱାରା ଉତ୍ତମ ନିଦ, ମନ ଓ ମସ୍ତିଷ୍କ ଶାନ୍ତ ରହିବା, ଉତ୍ତମ ପାଚନ କ୍ରିୟା, ରକ୍ତରେ ଶର୍କରାର ମାତ୍ରା ସଠିକ , ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ। ମାତ୍ର ଭୁଲ ଖାଦ୍ୟପେୟ ଦ୍ୱାରା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିବା ସହ ଭୋକ ନହେବା, ଏସିଡିଟି, ଅନିଦ୍ରା, ପେଟ ଜନିତ ଅନେକ ସମସ୍ୟା ହୋଇଥାଏ। ତେଣୁ ଜାଣନ୍ତୁ ସନ୍ଧ୍ୟା ପରେ କେଉଁ ଖାଦ୍ୟ ଖାଇବା ଉଚିତ ନୁହେଁ..

ରାତି ଖାଦ୍ୟ ସ୍ୱାସ୍ଥ୍ୟକର ହେବା ସହ ବିଶେଷଜ୍ଞଙ୍କ ମତରେ ଏଥିପାଇଁ କିଛି ନିୟମ ମଧ୍ୟ ରହିଛି। ବିଳମ୍ବିତ ରାତିରେ ହେଉ ଅଥବା ସନ୍ଧ୍ୟା ୭ଟା ପରେ କିଛି ଏଭଳି ଖାଦ୍ୟ ରହିଛି, ଯାହାକୁ ଖାଇବା ଦ୍ୱାରା ପାଚନ ଜନିତ ସମସ୍ୟା, ପେଟରେ ଜଳାପୋଡା, ବଦହଜମି ଆଦି ସମସ୍ୟା ହୋଇଥାଏ। ଏହାସହ ଉତ୍ତମ ନିଦ ହୋଇନଥାଏ। ସନ୍ଧ୍ୟା ୭ଟା ପରେ ଖେଚେଡି ଖାଇବାକୁ ଅଧିକାଂଶ ପରାମର୍ଶ ଦିଆଯାଇଥାଏ। କିମ୍ବା ଅଳ୍ପ କିଛି ବାଦାମ ଖାଇ କ୍ଷୀର ପିଇପାରିବେ।

ଅନେକ ସମୟରେ ବିରିୟାନୀ ଖାଇବାକୁ ସଭିଁଙ୍କୁ ବେଶ ପସନ୍ଦ। ବିଶେଷ କରି ମଟନ କିମ୍ବା ଚିକେନ ବିରିୟାନୀ। ଏଥିରେ କ୍ୟାଲୋରୀ ଅଧିକ ଥାଏ। ଏହାକୁ ସନ୍ଧ୍ୟା ପରେ ଖାଇବା ଉଚିତ ନୁହେଁ। ମାତ୍ର ଖରାବେଳର ଖାଦ୍ୟରେ ଖାଇପାରିବେ।

ଭାରତ ସହ ଅନେକ ସ୍ଥାନରେ ମସଲାରେ ପ୍ରସ୍ତୁତ ଖାଦ୍ୟ ଖିଆଯାଇଥାଏ। ମାତ୍ର ଅଧିକ ମସଲା ବ୍ୟବହାର ହେଉଥିବା ବ୍ୟଞ୍ଜନକୁ ରାତିରେ ଖାଇବା ଉଚିତ ନୁହେଁ। ବିଶେଷ କରି ଚିକେନ ମସଲା, ମଟନ ମସଲା ଏଭଳି ତରକାରୀ ଖାଆନ୍ତୁ ନାହିଁ। ଏହି ସମସ୍ତ ତରକାରୀକୁ ପରଟା,ନାନ୍‍,ଫ୍ରାଏ ରାଇସ ସହ ଆଦୌ ଖାଇବା ଉଚିତ ନୁହେଁ। ଅଧିକ ତେଲ ଓ ଘିଅ ବ୍ୟବହାର ହୋଇଥିବା ଖାଦ୍ୟ ମଧ୍ୟ ଖାଇବା ଉଚିତ ନୁହେଁ। ରାତିରେ ସର୍ବଦା ହାଲକା ଭୋଜନ କରିବା ଉଚିତ।

ଖାଦ୍ୟ ଖାଇବା ପରେ ସଭିଁଙ୍କୁ ମିଠା କିମ୍ବା ମିଠା ଜାତୀୟ ଜିନିଷ ଖାଇବାକୁ ଖୁବ ଭଲ ଲାଗେ। ମାତ୍ର ସନ୍ଧ୍ୟା ୭ଟା ପରେ ମିଠା ଖାଇବା ଉଚିତ ନୁହେଁ। ରାତିରେ ଭୋଜନ ପରେ ମିଠା ଖାଇବା ଦ୍ୱାରା ହଜମରେ ସମସ୍ୟା ହୋଇଥାଏ।

ବର୍ଷା ଦିନେ ଛଣାଛଣି ଖାଇବାକୁ ଅଧିକାଂଶ ପସନ୍ଦ କରିଥାଆନ୍ତି। ସନ୍ଧ୍ୟା ପରେ ଛଣାଛଣି ଖାଇବା ଦ୍ୱାରା ପାଟିକୁ ସ୍ୱାଦିଷ୍ଟ ଲାଗିଲେ ମଧ୍ୟ ପେଟରେ ଜଳାପୋଡା ହୋଇଥାଏ। ନିଦରେ ସମସ୍ୟା ହେବା ସହ ଏସିଡିଟି,ବଦହଜମି,ହଜମ କ୍ରିୟାରେ କୁପ୍ରଭାବ ପଡିଥାଏ।

ସନ୍ଧ୍ୟା ପରେ ଚା’ ଓ କଫି ପିଇବା ଉଚିତ ନୁହେଁ। ଦିନକୁ ୨ ଥର ସହ ସନ୍ଧ୍ୟା ୭ଟା ପୂର୍ବରୁ ଚା’ ପିଇବା ଉଚିତ। ରାତିରେ ଚା’ କିମ୍ବା କଫି ପିଇବା ଦ୍ୱାରା ନିଦରେ ସମସ୍ୟା ସହ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିଥାଏ।

Leave A Reply

Your email address will not be published.