ହ୍ୟୁମାନଙ୍କ ପରଲୋକ ପରେ ସଂଘାତିକ ଅଭିଯୋଗ ଆଣିଲେ ମାଆ

0

ହ୍ୟୁମାନ ସାଗରଙ୍କ ପରଲୋକ ପରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ମାଆ । ସେ କହିଛନ୍ତି ଯେ ‘ମୋ ପୁଅକୁ ୟୁଜ୍‌ କରାଯାଉଥିଲା’ ଦେହ ଖରାପ ସତ୍ତେ୍ୱ ତାକୁ ଷ୍ଟେଜ୍‌ ସୋ’କୁ ନେଉଥିଲେ । ପୁଅର ମୃତ୍ୟୁ ପାଇଁ ଯିଏ ଦାୟୀ ତାକୁ ଧରାଯାଉ ବୋଲି ହ୍ୟୁମାନଙ୍କ ମା କାନ୍ଦି କାନ୍ଦି କହିଛନ୍ତି ।

ସେ ମଞ୍ଚରେ ଚଢ଼ିଲେ ମତୁଆଲା ହେଉଥିଲେ ଶ୍ରୋତା। କେତେବେଳେ ସଙ୍ଗୀତରେ ପ୍ରେମ ଭରୁଥିଲେ ଆଉ କେତେବେଳେ ବିରହ ବେଦନା ଦେଉଥିଲେ। ପୁଣି ଭକ୍ତିସଙ୍ଗୀତରେ ଶ୍ରୋତାଙ୍କୁ ବାନ୍ଧି ରଖିଥିଲେ। ଆଲବମ ହେଉ ଅବା ଚଳଚ୍ଚିତ୍ର ସବୁଥିରେ ସେ ପ୍ରଶଂସା ସାଉଁଟି ଶ୍ରୋତାଙ୍କ ହୃଦୟରେ ରହିଥିଲେ। ଶେଷରେ ଜୀବନଯୁଦ୍ଧରେ ହାରିଗଲେ ଉଦୀୟମାନ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ସୋମବାର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ତାଙ୍କୁ ୩୬ ବର୍ଷ ହୋଇଥିଲା।

Leave A Reply

Your email address will not be published.