ମା’ଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର, ନିର୍ବାଚନୀ ଗସ୍ତ ବାତିଲ କରି ଦିଲ୍ଲୀ ଫେରିଲେ କେନ୍ଦ୍ର ମନ୍ତ୍ରୀ

0

ନୂଆଦିଲ୍ଲୀ (ଆମ ଟିଭି): କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମା’ ରାଜମାତା ମାଧବୀ ରାଜେ ସିନ୍ଧିଆ ଗତ କିଛି ଦିନ ଧରି ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଛନ୍ତି। ହେଲେ ବୁଧବାରଠାରୁ ତାଙ୍କର ସ୍ବାସ୍ଥ୍ୟରେ ଅବନତି ପରିଲକ୍ଷିତ ହୋଇଛି। ଏହାକୁ ନେଇ ସେ ନିର୍ବାଚନୀ ଗସ୍ତକୁ ବାତିଲ କରି ଦିଲ୍ଲୀ ଫେରିଛନ୍ତି।

ପ୍ରକାଶ ଯେ, ମାଧବୀ ରାଜେଙ୍କ ସ୍ବାମୀ ପୂର୍ବ କେନ୍ଦ୍ର ମନ୍ତ୍ରୀ ମାଧବ ରାଓ ସିନ୍ଧିଆଙ୍କର ୨୦୦୧ ସେପ୍ଟେମ୍ବର ୩୦ରେ ୟୁପିର ମୈନପୁରୀ ନିକଟରେ ଏକ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଏବେ ଗ୍ବାଲିୟରରେ ମାଧବୀଙ୍କ ଦୀର୍ଘାୟୁ କାମନା କରାଯାଉଛି।

Leave A Reply

Your email address will not be published.