ଚଳଚ୍ଚିତ୍ର‌ “ଦମନ” ଟିମ୍ ସମ୍ଵର୍ଦ୍ଧିତ

0

ଭୁବନେଶ୍ବର (ଆମ ଟିଭି) : ଓଡ଼ିଆ ସିନେମାରେ ଓଡ଼ିଆତ୍ଵ ନାହିଁ କହି ଓଡ଼ିଆ ଦର୍ଶକ ମୁହଁ ଫେରେଇ ନେଉଛନ୍ତି ବୋଲି କୁହାଯାଉଥିବା ବେଳେ ନିକଟରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ବହୁଳ ଭାବରେ ଆଦୃତ ହୋଇ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି । କେବଳ ଓଡ଼ିଶାରେ ନୁହେଁ ରାଜ୍ଯ ବାହାରେ ମଧ୍ଯ ପୂର୍ଣ୍ଣ ପ୍ରେକ୍ଷାଳୟରେ ଦର୍ଶକଙ୍କୁ ବାନ୍ଧି ରଖିବାରେ ଏହି ଚଳଚ୍ଚିତ୍ରଟି ସଫଳ ହୋଇଛି ।

ଏହି ଅବସରରେ ରାସେଶ୍ୱରୀ ଫିଲ୍ମସର ପ୍ରଯୋଜକ ବିରଞ୍ଚି ନାରାୟଣ ପଣ୍ଡା, ‘ଦମନ’ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଦେବୀ ପ୍ରସାଦ ଲେଙ୍କା, କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ, ପ୍ରଚାର ତଥା ବ୍ୟବସାୟିକ ମୁଖ୍ୟ ସମ୍ବିତ ଜେନାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏକ ସତ୍ୟ ଘଟଣା ଉପରେ ଆଧାରିତ ତଥା ସମ୍ପୂର୍ଣ୍ଣ ଅଣପାରମ୍ପରିକ କଥାବସ୍ତୁ ଉପରେ ପର୍ଯ୍ୟବେଷିତ ଚଳଚ୍ଚିତ୍ରର ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହ ରାସେଶ୍ୱରୀ ଫିଲ୍ମସର ଆଗାମୀ ଚଳଚ୍ଚିତ୍ର ପାଇଁ ସେମାନଙ୍କୁ ଚୁକ୍ତିବଦ୍ଧ କରିଥିଲେ। ଆଉ ଏକ 

ମୈ।ଳିକ କାହାଣୀକୁ ନେଇ ଖୁବ୍ ଶୀଘ୍ର ରାସେଶ୍ବରୀ ଦ୍ବାରା ପ୍ରସ୍ତୁତ ଚଳଚ୍ଚିତ୍ର ଦମନ୍ ଟିମ ର ସହଯୋଗରେ ନିର୍ମାଣ କରାଯିବ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଥିଲେ।

Leave A Reply

Your email address will not be published.