ରିଲିଜ୍ ହେଲା ଫିଲ୍ମ ‘ଜୱାନ୍’: ଫାଷ୍ଟ ଡେ’ ଫାଷ୍ଟ ଶୋରେ ହାଉସଫୁଲ୍
ନୂଆଦିଲ୍ଲୀ (ଆମ ଟିଭି): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଗୁରୁବାର ରିଲିଜ ହୋଇଛି ସାହାରୁଖଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଜୱାନ’ । ଫାଷ୍ଟ ଡେ’ରେ ଫାଷ୍ଟ ଶୋ’ଦେଖିବାକୁ ହଲରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଛି । ହଲ ଭିତରେ ଯେତିକି ବାହାରେ ତାଠୁ ଅଧିକ ଲୋକଙ୍କୁ ଦେଖିବାକୁ ମିଳିଛି । ତେବେ ସିନେମାରେ ଭିନ୍ନ ଚରିତ୍ରରେ ନଜର ଆସିଛନ୍ତି କିଙ୍ଗ୍ ଖାନ୍ ।
ପଠାନ ପରି ଶାହାରୁଖ ଏହି ଫିଲ୍ମ ଅଗ୍ରୀମ ଟିକେଟ ବୁକିଂରେ ରେକର୍ଡ କରିଛି । ଫିଲ୍ମ ଦେଖିବାକୁ ସାଢେ ୫ ଲକ୍ଷରୁ ଅôଧକ ଅଗ୍ରୀମ ଟିକେଟ ବୁକିଂ ହୋଇଛି । ଫିଲ୍ମଟି ୫ ହଜାର ହଲରେ ରିଲିଜ ହୋଇଛି । ମୁମ୍ବାଇ ଭଳି କିଛି ସ୍ଥାନରେ ସକାଳ ୬ଟାରୁ ସୋ ଆରମ୍ଭ ହୋଇଛି । ଫିଲ୍ମରେ ଡ୍ରାମା ସହ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିଛି । ଫିଲ୍ମରେ ୬ ଜଣ ମହିଳାଙ୍କୁ ନେଇ ସାହାରୁଖ ଏକ ଗ୍ୟାଙ୍ଗ୍ ବନାଇଛନ୍ତି । ସେମାନେ ଏକାଠି ମୁମ୍ବାଇର ମେଟ୍ରୋ ଟ୍ରେନକୁ ହାଇଜାକ କରିନେଇଛନ୍ତି । ଶାହାରଖୁଙ୍କ ବ୍ୟତୀତ ଫିଲ୍ମରେ ହିରୋଇନ ନୟନତାରା ଜଣେ ପୋଲିସ ଅଫିସର ଭୂମିକାରେ ନଜର ଆସିଛନ୍ତି ।