ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଚଳଚଞ୍ଚଳ ରଥଖଳା; ଶେଷ ହେଲା ତିନି ରଥର ୪୨ ଚକ କାମ

0

ଭୁବନେଶ୍ୱର (ଆମ ଟିଭି): ମହାପ୍ରଭୁଙ୍କ ରଥନିର୍ମାଣ ପାଇଁ ଚଳଚଞ୍ଚଳ ରଥଖଳା । ଗତକାଲି ସୁଦ୍ଧା ତିନି ରଥର ୪୨ ଚକ ନିର୍ମାଣ ଶେଷ ହୋଇଛି । ତିନି ରଥର ୫ ଦଣ୍ଡା ଚଉପଟ ସହ ଚାରି ନାହାକା ନିର୍ମାଣ ପାଇଁ ରଥଚାଲିରେ ପଡ଼ିଛି କାଠ ।

ପରମ୍ପରା ଅନୁସାରେ ସ୍ନାନ ପୂର୍ଣ୍ଣିମାକୁ ତିନି ରଥର ଚକ, ଅଖ ଏବଂ ଦଣ୍ଡା ସଂଯୋଗ ହୋଇ ଗରଗରା ଉପରେ ଚାରି ନାହାକା ଉଠିଥାଏ । ଏହାକୁ ଦୃଷ୍ଟିରେ ରଖି ଆଗେଇ ଚାଲିଛି ରଥନିର୍ମାଣ କାମ । ତିନି ରଥର ତିନି ଭୁଇଁ ନିର୍ମାଣ ପାଇଁ ୧୨ଟି ଲେଖାଏଁ ଭୁଇଁଚଉତା କାଠର ବିନ୍ଧ କାର୍ଯ୍ୟ ଶେଷ ହୋଇଛି । ତିନି ରଥର ୫ ଦଣ୍ଡାରୁ ୪ଟି ଦଣ୍ଡାର ଚଉପଟ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

Leave A Reply

Your email address will not be published.