ସମାଜବାଦୀ ପାର୍ଟିରୁ ବିଦା ହେଲେ ସାଂସଦ ଦାନୀଶ ଅଲ୍ଲୀ

0

ନୂଆଦିଲ୍ଲୀ (ଆମ ଟିଭି): ମହଙ୍ଗା ପଡିଲା ଦଳ ବିରୋଧୀ କାମ।ବହୁଜନ ସମାଜବାଦୀ ପାର୍ଟିର ସାଂସଦ ଦାନୀଶ ଅଲ୍ଲୀଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳର ହାଇକମାଣ୍ଡ ମାୟାବତୀ ନିଲମ୍ବନ କରିଛନ୍ତି । ଏନେଇ ପାର୍ଟିର ମହାସଚିବ ସତୀଶ ଚନ୍ଦ୍ର ମିଶ୍ରା ଅମରୋହାର ଲୋକସଭା ସାଂସଦ ଦାନୀଶ ଅଲ୍ଲୀଙ୍କ ନିଲମ୍ବନ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି କି, ପାର୍ଟିର ନୀତି, ବିଚାରଧାରା ଓ ଅନୁଶାସନ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ନିଲମ୍ବନ କରାଯାଇଛି ।

ସେପଟେ ଦାନୀଶ ଅଲ୍ଲୀ ଲଗାତାର ଭାବେ କଂଗ୍ରେସ ପାର୍ଟି ନେତାଙ୍କ ସହ ସଂପର୍କରେ ରହିଥିଲେ । ଏନେଇ ବହୁଜନସମାଜବାଦୀ ପାର୍ଟି ତରଫରୁ ଦାନୀଶଙ୍କୁ ବାରମ୍ବାର ସତର୍କ କରାଯାଇଥିଲା । ଏହାସହ ରମେଶ ବିଧୂଡି ଓ ଦାନିଶ ଅଲ୍ଲୀଙ୍କ ମଧ୍ୟରେ ଥିବା ବିବାଦକୁ ନେଇ ବିଏସପି ସର୍ବଦା ଦାନୀଶଙ୍କ ସହ ଥିବା ବେଳେ ଦାନୀଶ କିନ୍ତୁ କଂଗ୍ରେସ ପାର୍ଟି ସହ ଠିଆ ହେଉଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.