ମୁଲାୟମ ସିଂ ଯାଦବଙ୍କୁ ମିଳୁ ଭାରତ ରତ୍ନ: ରାଷ୍ଟ୍ରପତିଙ୍କୁ ଲେଖିଲେ ଚିଠି

0

ନୂଆଦିଲ୍ଲୀ (ଆମ ଟିଭି): ମୁଲାୟମ ସିଂ ଯାଦବଙ୍କୁ ଦିଆଯାଉ ଭାରତ ରତ୍ନ । ଏହି ଦାବି ଏବେ ଜୋର ଧରିଛି । ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦେଶର ପ୍ରତିରକ୍ଷା ମନ୍ତ୍ରୀ ରହିଥିବା ଦିବଙ୍ଗତ ନେତା ମୁଲାୟମ ସିଂହ ଯାଦବଙ୍କୁ ଭାରତ ରତ୍ନ ଦେବାକୁ ଦାବି ଉଠିଛି। ସମାଜବାଦୀ ପାର୍ଟିର ମୁଖପାତ୍ର ଆଇପି ସିଂହ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ମୁଲାୟମଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯାଉ ବୋଲି ଦାବି କରିଛନ୍ତି। ନିଜ ଚିଠିରେ ଆଇପି ସିଂହ ଲେଖିଛନ୍ତି, ଧରତୀପୁତ୍ର ମୁଲାୟମ ସିଂହ ଯାଦବ ହେଉଛି ସେହି ନାମ ଯାହା ଭାରତ ରତ୍ନର ଶୋଭାକୁ ଆହୁରି ବଢାଇବ। ନେତାଜୀଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିବାକୁ ଅବିଳମ୍ବେ ଘୋଷଣା କରାଯାଉ ବୋଲି ସେ ଦାବି କରିଛନ୍ତି।

ଆଇପି ସିଂହ କହିଛନ୍ତି, ସମାଜବାଦର ସ୍ଵର୍ଣ୍ଣିମ ଅଧ୍ୟାୟ ଆଦରଣୀୟ ନେତାଜୀଙ୍କ ନିଧନ ସହ ପୂରା ଦେଶରେ ଶୋକର ଲହରି ଖେଳି ଯାଇଛି। ମୋର ମହାମହିମ ରାଷ୍ଟ୍ରପତିଙ୍କୁ ଅନୁରୋଧ ଯେ, ତାଙ୍କୁ ଭଲ ପାଉଥିବା ଲୋକଙ୍କ ଭାବନାର ସମ୍ମାନ କରି ଅବିଳମ୍ବେ ଭାରତ ରତ୍ନରେ ସମ୍ମାନିତ କରାଯାଉ। ଗରିବଙ୍କ ମସିହା ପ୍ରତି ଏହା ସତ୍ୟ ଶ୍ରଦ୍ଧାଞ୍ଜଳୀ ହେବ। ଏମିତି ହେଲେ ସେହି ବ୍ୟକ୍ତିମାନଙ୍କୁ ସାହାସ ମିଳିବ ଯେଉଁମାନେ ଶୋଷଣ ବିରୋଧରେ ସ୍ଵର ଉତ୍ତୋଳନ କରିବାକୁ ଚାହାନ୍ତି। ନେତାଜୀ ଆଜୀବନ ସାମାଜିକ ନ୍ୟାୟ ଲାଗି ଲଢେଇ କରି ଆସିଥିଲେ। ନିଜର ସର୍ବସ୍ଵ ଦେଶ ହିତ ପାଇଁ ଉତ୍ସର୍ଗୀକୃତ କରିଥିଲେ।

 

Leave A Reply

Your email address will not be published.