ମୁମ୍ବାଇରେ ସୁଟିଂ ଚାଲୁଥିବା ବେଳେ ଭୟଙ୍କର ଅଗ୍ନିକାଣ୍ଡ

0

ମୁମ୍ବାଇ(ଆମ ଟିଭି): ଫିଲ୍ମ ସିଟିରେ ଭୟଂକର ଅଗ୍ନିକାଣ୍ଡ। ସୁଟିଂ ହେଉଥିବା ଧାରାବାହିକ ‘ଗୁମ୍ ହୈ କିସି କେ ପ୍ୟାର୍’ର  ସେଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଗୋରେଗାଓଁ ପୂର୍ବରେ ଥିବା ଫିଲ୍ମ ସିଟିରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ସେଟରେ ଲାଗିଥିବା ନିଆଁ ନିକଟସ୍ଥ ଆଉ କେତେକ ସେଟକୁ ବ୍ୟାପିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଆଗ କି ‘ତେରି ମେରି ଦୁରିୟାଁ’ ଏବଂ ‘ଅଜୁନି’ ଧାରାବାହିକର ସେଟ୍ ରେ ପହଞ୍ଚିସାରିଛି । ଘଟଣା ସମୟରେ ତିନୋଟି ଧାରାବାହିକର ସେଟ୍ ରେ ପ୍ରାୟ ହଜାରେ ଲୋକ କାମ କରୁଥିଲେ। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ଜଣାପଡିଛି । ଅଗ୍ନିଶମ ବାହିନୀ ର ଟିମ୍ ନିଆଁ ଲିଭାଇବାରେ ଲାଗିପଡ଼ିଛନ୍ତି ।

ଟିଭି ସିରିଏଲ ‘ଗୁମ୍ ହୈ କିସି କେ ପ୍ୟାର ମେଁ’ର ସେଟ୍ ରେ ନିଆଁ ଲାଗିବା ମାତ୍ରେ ହଇଚଇ ସୃଷ୍ଟି ହୋଇଥିଲା। ଏହି ଅଗ୍ନିକାଣ୍ଡରେ ସିରିଏଲ ସେଟ୍ ର ଅନେକ ସାମଗ୍ରୀ ଜଳି ଯାଇଛି । ୧୨ଟି ଦମକଳ ଗାଡ଼ି, ଗୋଟିଏ ପାଣି ଟ୍ୟାଙ୍କର, ଦ୍ଵାରା ନିଆଁ ଲିଭା କାର୍ଯ୍ୟ ଜାରି ରହିଛି।

Leave A Reply

Your email address will not be published.