ରିଲିଜ ଅପେକ୍ଷା ରେ ଓଲିଉଡ଼ ର ୪ ଯୋଡ଼ିଙ୍କ ମ୍ୟୁଜିକ୍ ଭିଡିଓ

0

ଭୁବନେଶ୍ୱର (ଆମ ଟିଭି): ବିଭିନ୍ନ ସମୟରେ ବହୁ ଗୁଡ଼ାଏ ମ୍ୟୁଜିକ୍ ଭିଡିଓ କରି ଚର୍ଚ୍ଚାରେ ରହି ଆସିଛନ୍ତି ନିର୍ଦ୍ଦେଶକ ବାବୁ ବାବୁ ହେଲେ ଏବେ ପୁଣି ୪ଟି ଭାଇରାଲ୍ ଯୋଡ଼ି ଙ୍କୁ ନେଇ ଗୋଟିଏ ଦିନରେ ୨ଟି ମ୍ୟୁଜିକ୍ ଭିଡିଓ କରି ଚର୍ଚ୍ଚା କୁ ଆସିଛନ୍ତି। ଯେମିତି କି ଇଷ୍ଟା ବାୟାଣୀ, ଲେଖା ଛିଡେଇ,ଚୁର୍ ଚୁର୍ କରିଦେଉ ଦିଲ୍ ଓ ନିଃସର୍ତ୍ତ । ଏହି ଗୀତ ଗୁଡ଼ିକୁ ଆଗ ଧାଡ଼ିର ଗାୟକ ହ୍ୟୁମାନ ସାଗର , ମଣ୍ଟୁ ଛୁରିଆ , ଅସୀମା ପଣ୍ଡା, ଜାଗୃତି ମିଶ୍ର , ଜ୍ୟୋତିର୍ମୟୀ , ଏସ ଜିତୁ ଓ ଗୈାରବ ଆନନ୍ଦ ଗାଇଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଜାପାନୀ ଭାଇ , ସୁରେଶ ସାହୁ, ଧନେଶ୍ଵର ମହାପାତ୍ର ଓ ଗୈାରବ ଆନନ୍ଦ ।

ତାହା ସହ ଏହି ଗୀତ ଗୁଡ଼ିକ ରେ ଅଭିନୟ କରିଛନ୍ତି ଅଙ୍କିତ୍, ସୁଚରିତା , ନରେଶ, ଶ୍ରୀ, ଅଭିଷେକ, ଦେବସ୍ମିତା, ବିକ୍ରମ ଓ ପ୍ରତିକ୍ଷ୍ୟା । ଫିରୋଜ ଓ ଡି ଦୀପକ୍ ଙ୍କ କୋରିଓଗ୍ରାଫି ରେ ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ବାବୁ ବାବୁ। ସେହିପରି ସାଥୀ ମ୍ୟୁଜିକ୍ ଦ୍ବାରା ନିର୍ମିତ ଦୁଇଟି ଗୀତ ଇଷ୍ଟା ବାୟାଣୀ ଓ ଲେଖା ଛିଡେଇ କୁ ଗୋଟିଏ ଦିନରେ ସୁଟିଂ କରି ଶେଷ କରିପାରିଛନ୍ତି ନିର୍ଦ୍ଦେଶକ ବାବୁ ବାବୁ । ଏଣୁ ସବୁପରି ଏହି ୪ଟି ଗୀତ ମଧ୍ୟ ଏବେ ଇଷ୍ଟାଗ୍ରାମ୍ ରେ ପୁରା ଟ୍ରେଡିଙ୍ଗ ରେ ଚାଲିଛି । ତେଣୁ ଖୁବଶୀଘ୍ର ଏହି ୪ଟି ଯାକ ଗୀତ ରିଲିଜ୍ ହେବ ବୋଲି କହିଛନ୍ତି ନିର୍ଦ୍ଦେଶକ ବାବୁ ବାବୁ।

Leave A Reply

Your email address will not be published.