ଏକ ନମ୍ବର ଧନୀ ତାଲିକାରୁ ହଟିଲେ ମସ୍କ

0

ୱାଶିଂଟନ: ଟେସଲା କମ୍ପାନୀର ମାଲିକ ଏଲନ ମସ୍କ ଆଉ ଦେଶର ୧ନଂ ଧନୀ ନୁହନ୍ତି। ତାଙ୍କ ସମ୍ପତ୍ତି ଏବେ ହ୍ରାସ ପାଇବା ଆରମ୍ଭ ହୋଇଛି। ସେ ଦୀର୍ଘବର୍ଷ ହେଲାଣି ବିଶ୍ୱର ୧ନଂ ଧନୀ ଥିଲେ। ହେଲେ ଏବେ ତାଙ୍କୁ ୨ନଂ ସ୍ଥାନକୁ ଖସିବାକୁ ପଡ଼ିଛି। ସେ ୨ନଂ କୁ ଖସିବାରୁ ଫ୍ରାନ୍ସ କୋଟପତି ତଥା ଏଲଭିଏମଚ୍‌ର ମାଲିକ ବେର୍ନାର୍ଡ ଆରନଲ୍ଟ ୧ନଂ ସ୍ଥାନ ଦଖଲ କରିଛନ୍ତି।

ଏକଦା ୩୪୦ ବିଲିୟନ ଡଲାରର ମାଲିକ ଥିବା ମସ୍କ ଚଳିତ ବର୍ଷ ୧୦୦ ବିଲିୟନରୁ ଅଧିକ ଡଲାରର କ୍ଷତି ସହିଛନ୍ତି। ବିଶେଷ କରି ଟ୍ୱିଟରକୁ କିଣିବା ପରେ ତାଙ୍କ ସମ୍ପତ୍ତି ହ୍ରାସ ପାଇବାରେ ଲାଗିଛି। ସେହିପରି ସେ ଟ୍ୱିଟର ଉପରେ ବେଶୀ ଫୋକସ କରୁଥିବାରୁ ଟେସଲାର ଶେୟାର ମୂଲ୍ୟ ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଏହାର ଫାଇଦା ଆରନଲ୍ଟ ଉଠାଇଛନ୍ତି। ଏଲଭିଏମଚ୍‌ର ଶେୟାର ମୂଲ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି।

Bloomberg Billionaires Indexର ତଥ୍ୟ ଅନୁଯାୟୀ ଏବେ ଆରନଲ୍ଟଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୭୧ ବିଲିୟନ ଡଲାର ଥିବା ବେଳେ ମସ୍କଙ୍କ ପାଖରେ ୧୬୪ ବିଲିୟନ ଡଲାରର ସମ୍ପତ୍ତି ରହିଛି। ଭାରତର ଗୌତମ ଆଦାନୀ ପୂର୍ବଭଳି ୧୨୫ ବିଲିୟନ ଡଲାର ସହ ତୃତୀୟ ସ୍ଥାନରେ ରହିଛନ୍ତି।

ସେହିପରି ଆମାଜନର ମୁଖ୍ୟ ଜେଫ ବୋଜେସ ଓ ବିଲ ଗେଟ୍ସଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୧୬ ବିଲିୟନ ଡଲାର। ଭାରତର ଅନ୍ୟତମ ଶିଳ୍ପପତି ମୁକେଶ ଅମ୍ବାନୀ ମୋଟ ୮୯.୭ ବିଲୟନ ଡଲାର ସହ ୯ମ ସ୍ଥାନରେ ଅଛନ୍ତି। ଭାରତ ଶିବ ନାଦର ୪୯ତମ ସ୍ଥାନରେ ରହିଛନ୍ତି। ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୨୪.୭ ବିଲିୟନ ଡଲାର।

Leave A Reply

Your email address will not be published.