ମୋ ଜୀବନ ବିପଦରେ ଅଛି: ଏଲନ ମସ୍କ
ନୂଆଦିଲ୍ଲୀ (ଆମ ଟିଭି): ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କୁ ନେଇ ସବୁଠି ଚର୍ଚ୍ଚା । କେତେ ବେଳେ ନିଜର ନିଷ୍ପତ୍ତି କାରଣରୁ ତ କେତେବେଳେ ନିଜର ବୟାନ କାରଣରୁ ସଭିଙ୍କ ଧ୍ୟାନ ଆକର୍ଷଣ କରୁଛନ୍ତି। ତାଙ୍କର ସଦ୍ୟତମ ବୟାନ ଚକିତ କରି ଦେବା ଭଳି ରହିଛି। ଶନିବାର ଟ୍ଵିଟ୍ କରି ସେ ଦାବି କରିଛନ୍ତି, ତାଙ୍କ ସହିତ କିଛି ଘଘଟଣ ଘଟିପାରେ। କେହି ତାଙ୍କୁ ଗୁଳି କରି ପାରନ୍ତି। ଏଥିପାଇଁ ସେ ଖୋଲା କାରରେ ବୁଲନ୍ତି ନାହିଁ। ଏଲନ ମସ୍କ ଦାବି କରିଛନ୍ତି, ତାଙ୍କୁ କେହି ଗୁଳି କରିପାରନ୍ତି। ତେଣୁ ସେ ନିଶ୍ଚିତ ଭାବେ ଖୋଲାକାରରେ ବୁଲିବେ ନାହିଁ। ଟ୍ଵିଟରର ସ୍ପେସରେ ପାଖାପାଖି ଦୁଇ ଘଣ୍ଟାର ପ୍ରଶ୍ନ ଉତ୍ତରର ଅଡିଓ ଚାଟରେ ଏଲନ ମସ୍କ ଏମିତି ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ସେ ନିଜ ଜୀବନ ପ୍ରତି ବିପଦ ଥିବା କହିଛନ୍ତି। ଆଶା କରୁଛି କେହି ଏମିତି ମୋ ସହ କରିବେ ନାହିଁ। ତେଣୁ ଖୋଲା କାରରେ ବୁଲିବା ତାଙ୍କ ଜୀବନ ପ୍ରତି ବିପଦ ରହିଛି।
ସୂଚନାଯୋଗ୍ୟ, ଏଲନ ମସ୍କ ଟ୍ଵିଟରର ମାଲିକ ହେବା ପରେ କମ୍ପାନିର ବଡ ଧରଣରେ କର୍ମଚାରୀଙ୍କ ଛଟେଇ କରିଛନ୍ତି। ତାଙ୍କୁ ସାମାଜିକ ଗଣମାଧ୍ୟମରେ ବି ବିରୋଧ ଏବଂ ସମାଲୋଚନାର ଶିକାର ହେବାକୁ ପଡିଛି। ଏପରିକି ନିଜ କମ୍ପାନିରେ ମଧ୍ୟ ମସ୍କଙ୍କୁ କର୍ମଚାରୀଙ୍କ ସମାଲୋଚନା ଶୁଣିବାକୁ ପଡିଥିଲା।