ନକ୍ସଲଙ୍କୁ ଆର୍ଥିକ ସହାୟତା ଯୋଗାନ୍ତି ଏନ ଭାସ୍କର ରାଓ: କଂଗ୍ରେସ

0

ଭୁବନେଶ୍ୱର (ଆମ ଟିଭି): ନକ୍ସଲମାନଙ୍କ ପ୍ରଦୁର୍ଭାବକୁ ନେଇ କଂଗ୍ରେସ ଆଣିଲା ବଡ଼ ଅଭିଯୋଗ । ବିଜେଡି ନେତା ତଥା ପୂର୍ବତନ ସାଂସଦ ଏନ ଭାସ୍କର ରାଓ ନକ୍ସଲଙ୍କ ଦିଅନ୍ତି ଆର୍ଥିକ ସହାୟତା । ଟ୍ରକ ମାଲିକ ସଂଘ ୧୮ ତାରିଖରେ ରାୟଗଡା ଥାନାରେ ଏପରି ଏକ ଏତଲା ଦେଇଥିଲା । ଏହାପରେ କଂଗ୍ରେସ ପ୍ରେସମିଟ୍ କରି ଭାସ୍କର ରାଓଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି । ନକ୍ସଲଙ୍କୁ ଟଙ୍କା ଦେବାକୁ ଟ୍ରକ ମାଲିକଙ୍କୁ ଭାସ୍କର ରାଓ ଚାନ୍ଦା ମାଗନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।

ଏ ନେଇ ଟ୍ରକ ମାଲିକ ୧୮ ତାରିଖରେ ଏତଲା ଦେଇଥିଲେ । ଆଜି ୨୯ ତାରିଖ, ହେଲେ ପୋଲିସ ଏ ବାବଦରେ କାହିଁକି ନିରବ ବୋଲି ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସର ବରିଷ୍ଠ ନେତା ଗଣେଶ୍ୱର ବେହେରା । ରାଜ୍ୟ ସରକାର ନକ୍ସଲଙ୍କ ବିରୋଧରେ ମୁକାବିଲା କରୁଛନ୍ତି ବୋଲି କହୁଛନ୍ତି ହେଲେ ଶାସକ ଦଳର ନେତା ନକ୍ସଲଙ୍କୁ ଆର୍ଥିକ ସହାୟତା ଦେଉଛନ୍ତି ବୋଲି କଂଗ୍ରେସ କହିଛି । ଏହି ମାମଲାର କ୍ରାଇମବ୍ରାଂଚ ତଦନ୍ତ କରିବା ଦରକାର ବୋଲି କଂଗ୍ରେସ କହିଛି ।

 

Leave A Reply

Your email address will not be published.