ନବ ଦାସ ହତ୍ୟା ମାମଲା : କ୍ରାଇମ୍‌ବ୍ରାଞ୍ଚରେ ହାଜର ହେବାକୁ ଦୀପାଳି ଓ ବିଶାଳଙ୍କୁ ନୋଟିସ

0

ଭୁବେନଶ୍ବର (ଆମ ଟିଭି): ନବ ଦାସ ହତ୍ୟା ମାମଲାରେ ପୁଣି ତନାଘନା କରିବ କ୍ରାଇମ୍‌ବ୍ରାଞ୍ଚ। ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ ଓ ପୁଅ ବିଶାଳ ଦାସଙ୍କୁ ହାଜର ହେବା ପାଇଁ ନୋଟିସ୍ କରିଛି କ୍ରାଇମ୍‌ବ୍ରାଞ୍ଚ। ମାର୍ଚ୍ଚ ପ୍ରଥମ ସପ୍ତାହରେ କୌଣସି ଦିନ ହାଜର ହେବା ପାଇଁ ନୋଟସ୍‌ କରାଯାଇଛି । କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ନେଇ କୌଣସି ଆପତ୍ତି ଥିଲେ ବା କିଛି କହିବାର ଥିଲେ ସେମାନେ ଜଣାଇପାରିବେ ବୋଲି କୁହାଯାଇଛି । ମାମଲାକୁ ସିବିଆଇ ତଦନ୍ତ କରୁ ବୋଲି ବୟାନବାଜି ଲାଗି ରହିଛି। ଏହାରି ଭିତରେ କ୍ରାଇମ୍‌ବ୍ରାଞ୍ଚ ନୋଟିସ୍‌ ଚର୍ଚ୍ଚାକୁ ଆହୁରି ବଢାଇ ଦେଇଛି। କ୍ରାଇମ୍‌ବ୍ରାଞ୍ଚର ଏହି ନୋଟିସ୍‌ ପରେ ଏବେ ସବୁ ମହଲରେ ଚର୍ଚ୍ଚା ଯେ କ୍ରାଇମ୍‌ବ୍ରାଞ୍ଚକୁ କ’ଣ କହିବେ ଦୀପାଳି ଓ ବିଶାଳ ?

ତଦନ୍ତରେ ତ୍ରୁଟି ରହିଛି ବୋଲି ଅଭିଯୋଗ ଆଣିବେ କି? ତଦନ୍ତର କେଉଁ କେଉଁ ଦିଗକୁ ନେଇ ସେମାନେ ଆପତ୍ତି ଉଠାଇବେ ?  ତେବେ ଏହି ଘଟଣା ପରେ ବିଭିନ୍ନ ଆଡୁ ରାଜନୈତିକ ପ୍ରତିକ୍ରିୟା ପ୍ରକାଶ ପାଇଛି ତେବେ ଏହି ଘଟଣାରେ ନବ ଦାସଙ୍କ ଝିଅ ଦୀପାଳି ଦାସ ସିବିଆଇ ତଦନ୍ତ ଦାବି କରିଥିଲେ ସେ କହିଥିଲେ ମୁଁ ଚାହେଁ ଘଟଣାର ଉଚିତ ତଦନ୍ତ ହୋଇ ଆମ ପରିବାର କୁ ନ୍ୟାୟ ମିଳୁ  ଏଥିସହ ମୁଖ୍ୟମନ୍ତ୍ରୀ ମୋ ପରିବାର ସହ ଆଲୋଚନା କରନ୍ତୁ

ଏହି ଘଟଣାର ଉଚିତ ତଦନ୍ତ ହେଉ , ଆପଣାମାନଙ୍କୁ କହିରଖୁଛୁ ଏହି ଘଟଣା ଘଟିବାର ଦୁଇ ବର୍ଷ ପରେ  ଏବେ ରାଜନୈତିକ ଝଡ ସହ ବୟାନ ବାଜି ତ୍ରୀବ ଦେଖାଦେଇଛି , ସୁଚନା ଅନୁଯାୟୀ ଦୁଇ ବର୍ଷ ତଳେ ଅର୍ଥାତ ଜାନୁଆରୀ ୨୯, ୨୦୨୩ ରେ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ତାଙ୍କ ସୁରକ୍ଷାରେ ଥିବା ଏଏସଆଇ ଗୋପାଳ ଦାସ ତାଙ୍କୁ ଗୁଳି କରି ହତ୍ୟା କରିଥିଲା । ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରିଥିଲେ ତତ୍କାଳ ବିଜେଡି ସରକାର । ଯାହାକୁ ନେଇ ସିବିଆଇ ତଦନ୍ତ ଦାବି କରିଥିଲେ ସେ ସମୟରେ ବିରୋଧି । ହତ୍ୟାକାଣ୍ଡର ଦୁଇ ବର୍ଷ ପରେ ପୁଣି ସିବିଆଇ ତଦନ୍ତକୁ ନେଇ ଜୋର ଧରିଛି ରାଜନୀତି ।

Leave A Reply

Your email address will not be published.