ପୁରୀ ରେ ମହାପ୍ରଭୁଙ୍କ ଶରଣାଶ୍ରିତ ହୋଇ ଧନ୍ୟବାଦ ଜଣାଇଲେ ନବକଳେବର ଟିମ୍* 

0

ଶ୍ରୀଜଗନ୍ନାଥଙ୍କ ନବକଳେବରକୁ ନେଇ ନିର୍ମିତ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ସାରା ଓଡ଼ିଶାରେ ଚହଳ ସୃଷ୍ଟି କରି ଇତିହାସ ରଚିଛି l ମୁକ୍ତିଲାଭ ହେବାର ୨୧ ଦିନ ପରେ ମଧ୍ୟ ସବୁଠି ହାଉସଫୁଲ୍ l ସାକ୍ଷାତ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ପ୍ରେକ୍ଷାଳୟରେ ଭକ୍ତଙ୍କର ଏକପ୍ରକାର ଭିଡ଼ ଜମିବାରେ ଲାଗିଛି l ସତେ ଯେମିତି ଜଗାର ଡୋରି ପ୍ରେକ୍ଷାଳୟକୁ ଲାଗିଛି l ଯୋଉଠି ଦେଖିବେ ନବକଳେବର ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚା, କାନ ଡେରିଲେ ଶୁଭୁଚି ସେଇ ଆଧ୍ୟାତ୍ମିକ ଭଜନ “ସିଏ ମୋ ଜଗନ୍ନାଥ ତା’ବିନୁ ଶ୍ରୀହୀନ ସାରା ଜଗତ..” I ଜଗା ପ୍ରେମରେ ଯିଏ ପଡିଛି ସେ ତାରି ନାମ ଜପିଛି l ସତରେ ଆମ ଆରାଧ୍ୟ ଦେବତା ଜଗନ୍ନାଥଙ୍କ କାହାଣୀ ସମସ୍ତଙ୍କୁ ଭାବରେ ବାନ୍ଧି ରଖିଛି l

ପ୍ରଭୁ ଜଗନ୍ନାଥଧାମ ପୁରୀରୁ

ଆରମ୍ଭ ହୋଇଥିଲା ନବକଳେବର ଅଡିଓ ରିଲିଜ୍ ମାଧ୍ୟମରେ ଚଳଚ୍ଚିତ୍ରର ପ୍ରଚାର ଓ ପ୍ରସାର l ଆଜି ୨୧ ଦିନରେ ପ୍ରଯୋଜିକା ତଥା ନିର୍ଦ୍ଦେଶିକା ବିନି ସାମଲ, କାର୍ଯକାରୀ ପ୍ରଯୋଜକ ପ୍ରଣୟ ଜେଠୀ, ଅଭିନେତା ଶ୍ରୀତମ ଦାସ, ଅଭିନେତ୍ରୀ ପିଙ୍କି ପ୍ରଧାନ, ଅଭିନେତା ଅଂଶୁମାନ (କଳାପାହାଡ଼) ଏବଂ ଅଭିନେତା ଶମ୍ଭୁ ଖୁଣ୍ଟିଆ ପ୍ରଭୁଙ୍କ ଶରଣାଶ୍ରିତ ହୋଇ ଧନ୍ୟବାଦ ଅର୍ପଣ କରିଥିଲେ l ଚଳଚ୍ଚିତ୍ରର ମାର୍ଗଦର୍ଶକ ଡଃ ଚନ୍ଦ୍ରଭାନୁ ଶତପଥୀଙ୍କୁ ମଧ୍ୟ ଟିମ୍ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଛି l

ପୁରୀ ରୁ ବାହାରି ନୟାଗଡ ସହରରେ ନବକଳେବର ଚଳଚ୍ଚିତ୍ର ପ୍ରତି ଦର୍ଶକଙ୍କର ଭଲ ପାଇବା ଦେଖି ଟିମ୍ ନୟାଗଡରେ ପହଞ୍ଚିଥିଲେ l ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ଅରୁଣ କୁମାର ସାହୁଙ୍କ ସମେତ ଅଭିନେତା ଅଭିନେତ୍ରୀ ନବକଳେବରର ପୁରା ଟିମ୍ ଦର୍ଶକମାନଙ୍କ ସହିତ ଏକାଠି ବସି ସମ୍ପୂର୍ଣ୍ଣ ଚଳଚ୍ଚିତ୍ର ଦେଖିଥିଲେ l

Leave A Reply

Your email address will not be published.