ମା ସମଲେଶ୍ବରୀଙ୍କ ପାଖରେ ଲାଗି ହେଲା ନବାନ୍ନ

0

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ହୋଇ ଉଠିଛି ପୁରପଲ୍ଲୀ। ନିର୍ଦ୍ଧାରିତ ଲଗ୍ନରେ ମା’ ସମଲେଶ୍ୱରୀଙ୍କ ଠାରେ ନବାନ୍ନ ଲାଗି ହୋଇଛି। ଏହାପରେ ଘରେ ଘରେ ନୂଆ ଖାଉଛନ୍ତି ଲୋକ। ବଲାଙ୍ଗିରର ଅଧିଷ୍ଠାତ୍ରୀ ମା’ ସମଲେଶ୍ୱରୀଙ୍କ ନିକଟରେ ମଧ୍ୟ ନବାନ୍ନ ଲାଗି ହୋଇଛି।

ଆଜି ସମ୍ବଲପୁରରେ ଅଧିଷ୍ଠାତ୍ରର ଦେବୀ ମା’ ସମଲେଇଙ୍କଠାରେ ପୂର୍ବ ନିର୍ଦ୍ଧାରିତ ଶୁଭ ଲଗ୍ନ ଅନୁସାରେ ସକାଳ ୧୦ଟା ୨୭ରୁ ୧୦ଟା ୪୨ ମଧ୍ୟରେ ନବାହ୍ନ ଅର୍ପଣ ହୋଇଥିଲା। ତା’ ପୂର୍ବରୁ ମୁଖ୍ୟ ପୂଜକଙ୍କ ଘରୁ ନୂଆ ଚାଉଳ ଓ ଭୋଗ ଆସିଥିଲା। ପରେ ଅନ୍ୟ ପୂଜକଙ୍କ ଘରୁ ଅନୁରୂପ ଭାବେ ଭୋଗ ଆସିଥିଲା। ସେଥିପାଇଁ ବଡ଼ି ଭୋରୁ ପୂଜକମାନଙ୍କ ପରିବାରର ମହିଳାମାନେ ସ୍ନାନ ସାରି ପୂଜା ଭୋଗ, ପିଠା ଓ ଖିରି ଭଳି ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ। ମା’ ସମଲେଇଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ମହା ଆଳତୀ ହୋଇଥିଲା।

ମନ୍ଦିର ଭିତରେ ଓ ବାହାରେ ଅନ୍ୟ ପାର୍ଶ୍ୱ ଦେବାଦେବୀଙ୍କଠାରେ ନବାହ୍ନ ଲାଗି ହୋଇଥିଲା। ମନ୍ଦିରର ମୁଖ୍ୟ ଫାଟକ ଖୋଲିବା ପରେ ପୂର୍ବରୁ ଅପେକ୍ଷା କରିଥିବା ଶହ ଶହ ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ପ୍ରବେଶ କରି ମା’ଙ୍କ ଦର୍ଶନ କରିଥିଲେ। ମା’ଙ୍କ ଦର୍ଶନ ସହ ଶ୍ରଦ୍ଧାଳୁମାନେ ମା’ଙ୍କ ନିକଟରେ ଲାଗିଥିବା ନୂଆ ଚାଉଳ ଟିକେ ନେଇ ଘରକୁ ଯାଇଥିଲେ।

Leave A Reply

Your email address will not be published.