ତାଇୱାନରୁ ଫେରିଲେ ନାନ୍ସି ପେଲୋସି: ଆକାଶ ମାର୍ଗରେ ଜଗିଛି ଡ୍ରାଗନ ସେନା
ନୂଆଦିଲ୍ଲୀ (ଆମ ଟିଭି): ଆମେରିକା ବାଚସ୍ପତିଙ୍କ ତାଇୱାନ ଗସ୍ତକୁ ନେଇ ଜାରି ରହିଛି ବିବାଦ । ମୁହାଁମୁହିଁ ପରିସ୍ଥିତିରେ ଦୁଇଟି ଶକ୍ତିଶାଳୀ ଦେଶ ଆମେରିକା ଓ ଚୀନ୍ । ଏହି ବିବାଦ ଭିତରେ ତାଇୱାନରୁ ଫେରିଲେ ଆମେରିକା ବାଚସ୍ପତି ନାନ୍ସି ପେଲୋସି । ଦିନ ୨ଟା ୩୦ରେ ଆମେରିକାର ସ୍ୱତନ୍ତ୍ର ବିମାନରେ ତାଇୱାନ ରାଜଧାନୀରୁ ବାହାରିଛନ୍ତି ନାନ୍ସି ପେଲୋସି। ଆମେରିକା ଅଭିମୁଖେ ବାହାରିଛନ୍ତି ଆମେରିକା ସଂସଦର ବାଚସ୍ପତି ।
ସେପଟେ ଆକାଶମାର୍ଗରେ ଘେରି ରହିଛି ଡ୍ରାଗନ । ଏହାରି ଭିତରେ ଏସିଆ ଆକାଶ ମାର୍ଗରେ ତାଇୱାନ ନିକଟବର୍ତୀ ଅଞ୍ଚଳକୁ ନ ଆସିବାକୁ ଏୟାରଲାଇନ୍ସ କମ୍ପାନୀକୁ ଚେତାବନୀ ଦେଇଛି ଚୀନ । ତାଇୱାନରେ, ଚୀନ ନିଜର ସ୍ୱତନ୍ତ୍ର ମିଲିଟାରୀ ଡ୍ରିଲ ଆରମ୍ଭ କରି ଦେଇଛି । ଏହାକୁ ଅଣଦେଖା ନକରି ତାଇୱାନ ଆକାଶମାର୍ଗରେ ନ ପ୍ରବେଶ କରିବାକୁ ଚୀନ ସେନା ଧମକ ଦେଇଛି। ଆକାଶ ମାର୍ଗରେ ଡ୍ରାଗନ ସେନା ସମ୍ପୂର୍ଣ୍ଣ ଭାବେ ଜଗି ରହିଛି ।