ବିରୋଧୀଙ୍କ ଉପରେ ବର୍ଷିଲେ ନାରାୟଣ ରାଣେ

0

ମଣିପୁର ପ୍ରସଙ୍ଗକୁ ନେଇ ଉଠୁଛି ପଡୁଛି ସଂସଦ। ଅନାସ୍ଥା ପ୍ରସ୍ତାବ ବିତର୍କ ସମୟରେ ବିରୋଧୀ-ଶାସକ ମଧ୍ୟରେ ଘମାଘୋଟ ବାକ୍ ଯୁଦ୍ଧ ଦେଖିବାକୁ ମିଳୁଛି। ମଙ୍ଗଳବାର ଆରମ୍ଭ ହୋଇଥିବା ଅନାସ୍ଥା ଲଢେଇରେ ଶାସକଙ୍କୁ ଘେରିଥିଲେ ବିରୋଧୀ। ବିଜେପି ସାଂସଦ ମଧ୍ୟ କଟାକ୍ଷ ବାଣ ମାରିଛନ୍ତି। ଏହାରି ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ ଶିବସେନା (ୟୁବିଟି) ସାଂସଦ ଅରବିନ୍ଦ ସାୱନ୍ତଙ୍କୁ ଦେଇଥିବା ଧମକୁ କଡ଼ା ବିରୋଧ କରିଛନ୍ତି ବିରୋଧୀ।

ସଂସଦରେ ସାୱନ୍ତଙ୍କୁ ‘ଔକାତ’ ଦେଖାଇଛନ୍ତି ରାଣେ। ଅନାସ୍ଥା ବିତର୍କ ସମୟରେ ନାରାୟଣ ରାଣେ ଅରବିନ୍ଦ ସାୱନ୍ତଙ୍କୁ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କହିବାକୁ ଚ୍ୟାଲେଞ୍ଜ୍ କରିଥିଲେ। ଏଥିସହ ଯଦି ସେ ଏପରି କରନ୍ତି ତେବେ ତାଙ୍କୁ ତାଙ୍କ ଔକାତ୍ ଦେଖାଇବେ ବୋଲି ଧମକ ଦେଇଥିଲେ। ସାୱନ୍ତ ଛିଡ଼ା ହୋଇ କିଛି କହିବା ଆରମ୍ଭ କରିବାରୁ ରାଣେ କହିଥିଲେ, “ଆରେ ବସ୍, ପଛରେ ବସ୍, ଔକାତ୍ ନାହିଁ, ମୁଁ ତୁମକୁ ତୁମ ଔକାତ୍‌ ଦେଖାଇବି।” ଏପରି କହି ବାଚସ୍ପତିଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ ରାଣେ।

Leave A Reply

Your email address will not be published.