ବିଶ୍ବକପ୍ ହାରିବା ପରେ ଡ୍ରେସିଂ ରୁମ୍ ରେ କଣ କହିଲେ ମୋଦି

0

ନୂଆଦିଲ୍ଲୀ (ଆମ ଟିଭି): ବିଶ୍ବକପ୍ ହାରିବାକୁ ନେ଼ଇ ଭାରତରେ ସବୁଠି ଚର୍ଚ୍ଚା ।  ବିଶ୍ୱକପର ଫାଇନାଲରେ ଟିମ୍ ଇଣ୍ଡିଆ ପରାଜିତ ହେବା କୋଟି କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗିଛି । ଖେଳାଳୀଙ୍କ ଆଖିରେ ଲୁହ ଦେଖି ପୂରା ଭାରତ କାନ୍ଦିଛି । କାରଣ ଫାଇନାଲ ପୂର୍ବରୁ ଅପରାଜେୟ ଥିବା ଟିମ୍ ଇଣ୍ଡିଆ ଟାଇଟଲ ଟକ୍କରରେ ପରାଜିତ ହୋଇଛି ।

ତେବେ ଫାଇନାଲ ମ୍ୟାଚ୍ ପରେ ଡ୍ରେସିଂ ରୁମରେ ପହଞ୍ଚିଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତୀୟ ଖେଳାଳୀଙ୍କୁ ଭେଟିବା ସହ ସେମାନଙ୍କର ମନୋବଳ ବଢାଇଥିଲେ । ଡ୍ରେସିଂରୁମରେ ପହଞ୍ଚି ଭାରତୀୟ ଖେଳାଳୀଙ୍କ ସହ ହାତ ମିଳାଇ, ପିଠି ଥାପୁଡାଇ ମୋଦି କହିଥିଲେ, ପୂରା ଦେଶ ଆପଣଙ୍କୁ ଦେଖୁଛି ।

Leave A Reply

Your email address will not be published.