ଜଭୂଷଣ ଶରଣ ସିଂହଙ୍କ ବୟାନ ରେକର୍ଡ

0

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍ଆଇ)ର ମୁଖ୍ୟ ତଥା ବିଜେପି ସାଂସଦ ବ୍ରଜଭୂଷଣ ଶରଣ ସିଂହ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ କରି କୁସ୍ତିଯୋଦ୍ଧାମାନେ ଗତ ୨୦ ଦିନ ହେବ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଖେଳାଳିମାନେ ବ୍ରଜ ଭୂଷଣଙ୍କ ଇସ୍ତଫା ଓ ଗିରଫ ଦାବି କରୁଛନ୍ତି। ଅନ୍ୟପକ୍ଷରେ ଦିଲ୍ଲୀ ପୁଲିସ ଆଜି ଏହି ମାମଲାରେ ବ୍ରଜଭୂଷଣ ଶରଣ ସିଂହଙ୍କ ବୟାନ ରେକର୍ଡ କରିଛି। ଯେଉଁଥିରେ ବ୍ରଜ ଭୂଷଣ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ପୁଲିସ ଦୁଇ ଥର ତାଙ୍କ ବୟାନ ନେଇଛି ।

ବ୍ରଜ ଭୂଷଣ ଶରଣ ତାଙ୍କ ବୟାନରେ କହିଛନ୍ତି ଯେ ସେ କିଛି ଭିଡିଓ ପ୍ରମାଣ ଏବଂ ମୋବାଇଲ୍ ଡାଟା ସଂଗ୍ରହ କରିଛନ୍ତି, ଯାହାକୁ ସେ ଖୁବଶୀଘ୍ର ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରିବେ ।ଘଟଣାର ତଦନ୍ତ ପାଇଁ ଜଣେ ମହିଳା ଡିସିପିଙ୍କ ତତ୍ତ୍ୱାବଧାନରେ ଏକ ଏସଆଇଟି ଗଠନ କରାଯାଇଛି। ଏଥିରେ ୬ଟି ପୁଲିସ ଟିମ୍ ରହିଛି। ଗୋଟିଏ ଟିମରେ ୧୦ ଜଣ ଥିବା ବେଳେ ଏଭଳି ଭାବେ ୬୦ରୁ ଅଧିକ ପୁଲିସ କର୍ମଚାରୀ ଏହି ମାମଲାର ତଦନ୍ତରେ ନିୟୋଜିତ ଅଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣ ମହିଳା ପୁଲିସ ଅଧିକାରୀ ରହିଛନ୍ତି।

ମହାସଂଘର ସହକାରୀ ସଚିବ ବିନୋଦ ତୋମାରଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି । ବିନୋଦ ତୋମାର ମଧ୍ୟ ଜଣେ ଅଭିଯୁକ୍ତ ଏବଂ ଦିଲ୍ଲୀ ପୋଲିସର ଏଫଆଇଆରରେ ତାଙ୍କ ନାଁ ରହିଛି । ଦିଲ୍ଲୀ ପୁଲିସ ଏପର୍ଯ୍ୟନ୍ତ ୩୦ରୁ ଅଧିକ ଲୋକଙ୍କ ବୟାନ ରେକର୍ଡ କରିଛି ।

Leave A Reply

Your email address will not be published.