ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର “ଶଲା ବୁଢା” ଏବେ ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାରେ ।

0

ଭୁବନେଶ୍ବର : ଲୋକପ୍ରିୟ ନିର୍ଦେଶକ ସବ୍ୟସାଚି ମହାପାତ୍ରଙ୍କ ନିର୍ଦ୍ଦେଶିତ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର “ଶଲା ବୁଢା” ଏହି ଫ୍ରେବୁୟାରୀ ୨୭ ତାରିଖରେ ଷ୍ଟ୍ରିମିଙ୍ଗ ହବାକୁ ଯାଉଛି ଓଟିଟିପ୍ଲାଟଫର୍ମ କଞ୍ଚା ଲଙ୍କାରେ ।
ଏହି କାହାଣୀ ଜଣେ ଗରିବ ଗାଁ ମୁଖିଆଙ୍କର । ୧୯୩୦ ଦଶକ, ରାଜାରାଜୁଡ଼ା ଶାସନ ସମୟର। କ୍ରମାଗତ ଦୁର୍ଭିକ୍ଷ ଓ ଲୋଭି ରାଜାଙ୍କ କବଳରୁ ଭରତ ରାମ (ଶଲା ବୁଢ଼ା) କିଭଳି ନିଜ ଲୋକ ଓ ଜମିଜମାକୁ ବଞ୍ଚାଇ ରଖିଥିଲେ । ସାଧାରଣ ଧାରଣା ଥାଏ ଯେ ବୃଦ୍ଧମାନେ ଅକର୍ମଣ୍ୟ, କିନ୍ତୁ ସେମାନେ ହିଁ ସମାଜକୁ ଦେଖାଇଥାନ୍ତି ନୂତନ ଦିଗନ୍ତ, ଶଲା ବୁଢ଼ାରେ ଘଟିଛି ଏମିତି କିଛି ଘଟଣା । ଈଶ୍ବରଙ୍କ ଉପରେ ଆସ୍ଥା, ମଣିଷପଣିଆ ଉପରେ ବିଶ୍ୱାସ ଦ୍ଵାରା କିଭଳି ସବୁ କିଛି ଜିତି ହୁଏ ଶଲା ବୁଢ଼ା ତା’ର ଏକ ନିଚ୍ଛକ ନିଦର୍ଶନ ।
ଏହି ଚଳଚ୍ଚିତ୍ରର ପ୍ରଯୋଜକ ସୁଶାନ୍ତ ମହାପାତ୍ର ଥିବାବେଳେ ଏହାର କାହାଣୀ ଲେଖିଛନ୍ତି ଶ୍ରୀ କପିଳେଶ୍ଵର ମହାପାତ୍ର, ସଂଙ୍ଗୀତ ରେ ସଜେଇଛନ୍ତି ପଙ୍କଜ ଜାଲ୍ ଓ ଘାସିରାମ ମିଶ୍ର, ଏହାର କ୍ୟାମେରା ମ୍ୟାନ୍‌ ଓମ୍ ପ୍ରକାଶ ମହାପାତ୍ର ଥିବା ବେଳେ ସଂପାଦନାରେ ରାଜେନ୍ଦ୍ର ମହାପାତ୍ର, ସଂଳାପ ଲେଖିଛନ୍ତି ଅଟଳ ବିହାରୀ ପଣ୍ଡା ,ନିର୍ଦେଶନା ଓ ଚିତ୍ରନାଟ୍ୟ ର ଦାୟିତ୍ୱରେ ଅଛନ୍ତି ସବ୍ୟସାଚୀ ମହାପାତ୍ର । ଏହି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଅଟଳ ପଣ୍ଡା, ରତନ୍ ମେହେର୍,ପ୍ରିଥିବିରାଜ ନାଏକ,ରୋଜି ଶଡଙ୍ଗୀ, ତପସ୍ବୋନୀ ଗୁରୁ ଓ ଅନ୍ୟମାନେ ।
ଏହା ପୂର୍ବରୁ ଓଟିଟି ପ୍ଲାଟଫର୍ମରେ ଷ୍ଟ୍ରିମିଙ୍ଗ୍ ହୋଇଥିବା ପ୍ରତ୍ୟେକ୍ ଚଳଚ୍ଚିତ୍ର ଓ ୱେବ୍ ସିରିଜ୍ କୁ ଆପଣ ମାନେ ଯେତିକି ଭଲପାଇବା ଦେଇଛନ୍ତି ସେତିକି ଭଲ ପାଇବା ଆମର ଏହି ଶଲା ବୁଢା ଚଳଚ୍ଚିତ୍ରକୁ ଦେବେ ବୋଲି ଆମର ଆଶା ଓ ବିଶ୍ୱାସ ।

Leave A Reply

Your email address will not be published.