ଘୋଷଣା ହେଲା ଜାତୀୟ ଫିଲ୍ମ ପୁରସ୍କାର; ‘ପୁଷ୍କରା’କୁ ଜାତୀୟ ଫିଲ୍ମ ପୁରସ୍କାର, ଶାହରୁଖ ଓ ବିକ୍ରାନ୍ତ ଶ୍ରେଷ୍ଠ ଅଭିନେତା, ରାଣୀ ମୁଖାର୍ଜୀ ଶ୍ରଷ୍ଠ ଅଭିନେତ୍ରୀ

0

ନୂଆଦିଲ୍ଲୀ (ଆମ ଟିଭି):  ଘୋଷଣା ହୋଇଛି ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ଏହି ଜାତୀୟ ଫିଲ୍ମ ପୁରସ୍କାରରେ ବାଜି ମାରିଛି ଓଡ଼ିଆ ସିନେମା ପୁଷ୍କରା। ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ମନୋନୀତ ହୋଇଛି ତରଙ୍ଗ ତରଙ୍ଗ ସିନେ ପ୍ରଡକସନ୍ସ ବ୍ୟାନରେ ପ୍ରସ୍ତୁତ ପୁଷ୍କରା। ପୁଷ୍କରାର ନିର୍ଦ୍ଦେଶନା ଶୁଭ୍ରାଂଶୁ ଦାଶ ଦେଇଥିଲେ ଓ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ଓଡ଼ିଶାର ପ୍ରଖ୍ୟାତ ଅଭିନେତା ସବ୍ୟସାଚୀ ମିଶ୍ର।

ପୁଷ୍କରା ସିନେମା ୨୦୨୩ରେ ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ହୋଇଥିଲା। ଫିଲ୍ମର ମୁଖ୍ୟ ଭୂମିକାରେ ସବ୍ୟସାଚୀ ମିଶ୍ର ଓ ସୁପ୍ରିୟା ନାୟକ ବ୍ୟତୀତ ଚୌଧୁରୀ ବିକାଶ ଦାସ, ଅଶ୍ରୁମୋଚନ ମହାନ୍ତି, ତ୍ରିଭୁବନ ପଣ୍ଡା, ଅଳକା ଶତପଥୀ, ରବି ମିଶ୍ର, ଶଙ୍କର ପ୍ରଧାନ ପ୍ରମୁଖ ବିଭିନ୍ନ ଚରିତ୍ରରେ ନଜର ଆସିଥିଲେ।ଲ୍ମର ଖକ ଶଙ୍କର ତ୍ରିପାଠୀଙ୍କ ଦ୍ୱାରା ରଚିତ ଉପନ୍ୟାସ ନାଦବିନ୍ଦୁ ଉପରେ ଆଧାରିତ। ଏଥିରେ ପୁଷ୍କରା ପରମ୍ପରାକୁ ବଡ଼ ସ୍କ୍ରିନରେ ପ୍ରଦର୍ଶିତ କରାଯାଇଥିଲା। ପୁରୀର ଜାଗାଘର, ସାହିଯାତ ଓ ଡଙ୍ଗା ଭସା ଭଳି ମୌଳିକ ପରମ୍ପରାକୁ ପୂରା ଓଡ଼ିଶା ଦେଖିଥିଲା। ଏବେ ଏହାକୁ ଜାତୀୟ ସ୍ତରରେ ସ୍ୱୀକୃତି ମିଳିଛି।

ଲେଖକ ଶଙ୍କର ତ୍ରିପାଠୀଙ୍କ ଚର୍ଚ୍ଚିତ ଉପନ୍ୟାସ ‘ନାଦବିନ୍ଦୁ’ର ଆଧାରରେ ତିଆରି ହୋଇଥିବା ଏ ଫିଲ୍ମ ପୁଣିଥରେ ଓଡ଼ିଆ ସି‌ନେମା ଓ ସାହିତ୍ୟର ହଜି ଯାଇଥିବା ସଂପର୍କକୁ ଫେରାଇ ଆଣିବାରେ ସକ୍ଷମ ହୋଇଥିଲା। ଓଡ଼ିଆ ସିନେମାରେ ଆଉ ପରମ୍ପରାର, ନିଚ୍ଛକ ଚିତ୍ର, ଗମ୍ଭୀର ପ୍ରସଙ୍ଗ ବା ମୌଳିକ କାହାଣୀ ଦେଖିବାକୁ ମିଳୁ ନଥିବା ଅଭିଯୋଗ ହେଉଥିବା ବେଳେ ପୁଷ୍କରା ରିଲିଜ ହୋଇଥିଲା।

ପ୍ରତିଦିନ ମରଣକୁ ଛୁଇଁ ଅନ୍ୟର ପାପକୁ ନିଜ କାନ୍ଧରେ ବୋହି ମରିବାକୁ ନିଜ ବେଉସା କରିଥିବା ପୁଷ୍କରାର କାହାଣୀକୁ ଫିଲ୍ମରେ ଦେଖାଯାଇଥିଲା। ଫିଲ୍ମରେ ପ୍ରସିଦ୍ଧ ଲୋକଗୀତ ‘‘ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ’’ ରହିଥିଲା। ପୁରାତନ ଏ ଗୀତକୁ ଆଧୁନିକ ଓ ଯୁବ ଦର୍ଶକମାନେ ମଧ୍ୟ ବେଶ୍‌ ପସନ୍ଦ କରିଥିଲେ।

ଅନ୍ୟପକ୍ଷରେ ବଲିଉଡ କିଙ୍ଗ ଶାହରୁଖ ଖାନ ଓ ବିକ୍ରାନ୍ତ ମେସି ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ‘ଯବାନ’ ପାଇଁ ଶାହରୁଖ ଓ ୧୨th ଫେଲ ପାଇଁ ବିକ୍ରାନ୍ତଙ୍କୁ ଏହି ସଫଳତା ମିଳିଛି।

ବିଧୁ ବିନୋଦ ଚୋପ୍ରା ପ୍ରଯୋଜିତ ’12th ଫେଲ୍‌’ ଶ୍ରେଷ୍ଠ ଫିଚର ଫିଲ୍ମର ମାନ୍ୟତା ପାଇଛି। IPS ମନୋଜ ଶର୍ମାଙ୍କ ସଂଘର୍ଷମୟ ଯାତ୍ରାକୁ ନେଇ ’12th ଫେଲ୍‌’ ଫିଲ୍ମ ତିଆରି ହୋଇଥିଲା। ‘ରକି ଔର ରାନୀ କି ପ୍ରେମ୍‌ କାହାନୀ’ ଶ୍ରେଷ୍ଠ ଲୋକପ୍ରିୟ ଫିଲ୍ମ ଭାବେ ଜାତୀୟ ପୁରସ୍କାର ପାଇଁ ମନୋନୀତ ହୋଇଛି।

ରାଣୀ ମୁଖାର୍ଜୀ ହେଲେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇବେ। ‘ମିସେସ୍‌ ଚାଟାର୍ଜୀ VS ନରୱେ’ ଫିଲ୍ମ ପାଇଁ ରାଣୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଁ ଚୟନ କରାଯାଇଛି।

Leave A Reply

Your email address will not be published.