ଗିଫ୍ଟରେ ଜାତୀୟ ସ୍ତରୀୟ ପ୍ରକଳ୍ପ ପଦର୍ଶନୀ – ୨୦୨୩

0

ଗଙ୍ଗପଡ଼ା : ଗିଫ୍ଟ ସ୍ଵୟଂଶାସିତ କଲେଜରେ ଏକ ଜାତୀୟ ସ୍ତରୀୟ ପ୍ରକଳ୍ପ ପ୍ରଦର୍ଶନୀ-୨୦୨୩ଆୟୋଜିତ ହୋଇଥିଲା । ଏହି ପ୍ରକଳ୍ପ ପ୍ରଦର୍ଶନୀରେ ବି.ଟେକ୍, ଏମ୍‌ବିଏ, ଏମ୍‌ସିଏ ଓ ଡିପ୍ଲୋମାର

ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବୋକାରୋ ଷ୍ଟିଲ୍‌ ପ୍ଲାଣ୍ଟ ର ପୂର୍ବତନ ଜେନେରାଲ୍ ମ୍ୟାନେଜରଇଂ. ଶ୍ରୀବତ୍ସ ପଣ୍ଡା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ

ଗିଫ୍ଟର ଅଧ୍ୟକ୍ଷ ଡଃ. ଶରତ କୁମାର ମହାରଣା, ଡାଇରେକ୍ଟର ଡଃ. ପତିତପାବନ ପଣ୍ଡା, ଡିନ୍

ରିସର୍ଚ୍ଚ ଡଃ. ଅମର କୁମାର ଦାସ ପ୍ରମୁଖ ଯୋଗଦେଇ ବୁଲି ବୁଲି ସମସ୍ତ ପ୍ରକଳ୍ପ ଦେଖି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ।

ଏହି ପ୍ରକଳ୍ପ ପ୍ରଦର୍ଶନୀରେ ସମୁଦାୟ ୧୪୦ଟି ପ୍ରକଳ୍ପ ଭାଗନେଇଥିଲେ । ଶେଷକୁ ୧୪ଟି ପ୍ରକଳ୍ପକୁ

ଶେଷ ପର୍ଯ୍ୟାୟକୁ ବଛାଯାଇ ତନ୍ମଧ୍ୟରୁ ଶ୍ରେଷ୍ଠ ୩ଟି ପ୍ରକଳ୍ପକୁ ମାନପତ୍ର ଓ ଅର୍ଥରାଶିରେ ସମ୍ମାନୀତ

କରାଯାଇଥିଲା ।

ଏହି ସମସ୍ତ କାର୍ଯ୍ୟକ୍ରମ ପ୍ରଫେସର ଆୟୁଷ୍ମନ ନାୟକ ଓ ପ୍ରଫେସର ସୀତାରାମ ଶତପଥୀଙ୍କ

ପ୍ରତ୍ୟକ୍ଷ ତତ୍ବାବଧାନରେ ସଂପାଦିତ ହୋଇଥିଲା ।

Leave A Reply

Your email address will not be published.