ତ୍ରୁଣମୂଳ କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ଗିରଫ

0

ନୂଆଦିଲ୍ଲୀ: ତ୍ରୁଣମୂଳ କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ଗିରଫ। ସୋମବାର ରାଜସ୍ଥାନ ସ୍ଥିତ ଜୟପୁର ବିମାନ ବନ୍ଦରରୁ ପୁଲିସ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅତି ନିକଟତର କୁହାଯାଉଥିବା ଟିଏମ୍‌ସି ନେତା ସାକେତ ଗୋଖେଲଙ୍କୁ ଗିରଫ କରିଛି। ମୋର୍ବି ପୋଲ ଭୁଶୁଡିବା ଘଟଣାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ସେ ମିଥ୍ୟ ଖବର ପ୍ରଚାର କରିଥିବା ଅଭିଯୋଗ ହୋଇଛି। ଟିଏମ୍‌ସି ମୁଖପାତ୍ରଙ୍କ ଗିରଫ ସମ୍ପର୍କରେ ରାଜ୍ୟସଭା ସାଂସଦ ଡେରେକ୍ ଓବ୍ରାଇନ୍ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ମୁତାବକ, ସାକେତ ଗୋଖେଲ ସୋମବାର ରାତି ୯ଟାରେ ଦିଲ୍ଲୀରୁ ବିମାନ ଯୋଗେ ଜୟପୁରରେ ପହଞ୍ଚିଥିଲେ। ତେବେ ଏଠାରେ ପହଞ୍ଚିବା ପରେ ପରେ ଗୁଜରାଟ ପୁଲିସ ତାଙ୍କୁ ବିମାନ ବନ୍ଦରରୁ ହିଁ ଉଠାଇ ନେଇଛି। ବିଳମ୍ବିତ ରାତି ୨ଟାରେ ସାକେତ ଫୋନ୍ କରି ସେ ଗିରଫ ହୋଇଥିବା ନେଇ ନିଜ ମା’ଙ୍କୁ ଜଣାଇଥିଲେ।

ଗୁଜରାଟ ପୁଲିସ ତାଙ୍କୁ ଅହମ୍ମଦାବାଦ ଆଣୁଥିବା ସୂଚନା ମିଳିଛି । ଗିରଫ ପରେ ଟିଏମ୍‌ସି ନେତାଙ୍କ ମୋବାଇଲ ସମେତ ସମସ୍ତ ଜିନିଷ ପତ୍ରକୁ ପୁଲିସ ଜବତ କରିଛି ଡେରେକ ଓବ୍ରାଇନ୍ କହିଛନ୍ତି, ମୋର୍ବି ପୋଲ ଦୁର୍ଘଟଣାକୁ ନେଇ ଅହମ୍ମଦାବାଦ ସାଇବର ସେଲରେ ସାକେତ୍ ଗୋଖଲେଙ୍କ ବିରୋଧରେ ଏକ ମିଥ୍ୟା ମାମଲା ରୁଜୁ ହୋଇଛି। ଏସବୁ ଅଲ ଇଣ୍ଡିଆ ତ୍ରୁଣମୂଳ କଂଗ୍ରେସ ଏବଂ ବିରୋଧୀଙ୍କ ସ୍ୱରକୁ ଚପାଇ ପାରିବ ନାହିଁ । ବିଜେପି ପ୍ରତିଶୋଧ ନେବାକୁ ରାଜନୀତି କରୁଥିବା ଡେରେକ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.