ଜାତୀୟ କ୍ରୀଡା ପୁରସ୍କାର ଘୋଷଣା, ଜାଣନ୍ତୁ କିଏ ପାଇଲା ଓଡ଼ିଶାରୁ

0

ଭୁବନେଶ୍ୱର,: କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଆଜି ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ଚୂଡ଼ାନ୍ତ ତାଲିକା ଘୋଷଣା ହୋଇଛି । ଗତ ୫ ତାରିଖରେ ଜାତୀୟ ଚୟନ କମିଟି କ୍ରୀଡ଼ା ପୁରସ୍କାର ପାଇଁ କ୍ରୀଡ଼ାବିତଙ୍କ ତାଲିକା କେନ୍ଦ୍ର ମନ୍ତ୍ରଣାଳୟକୁ ପଠାଇଥିଲେ । ସୋମବାର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଅଫିସିଆଲ୍‌ ଭାବେ ତାଲିକା ଘୋଷଣା କରାଯାଇଛି । ଆସନ୍ତା ୩୦ ତାରିଖ ରାଷ୍ଟ୍ରପତି ଭବନରେ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ମନୋନୀତ ହୋଇଥିବା ସମସ୍ତ କ୍ରୀଡ଼ାବିତଙ୍କୁ ପୁରସ୍କାର ପ୍ରଦାନ କରିବେ । ଭାରତୀୟ ମହିଳା ହକି ଦଳର ଅଭିଜ୍ଞ ଖେଳାଳି ଦୀପଗ୍ରେସ୍‌ ୧୨ତମ ଓଡ଼ିଆ କ୍ରୀଡ଼ାବିତ୍‌ ଭାବେ ଅର୍ଜୁନ ପୁରସ୍କାର ପାଇବେ । ସେହିପରି ଏହି ପୁରସ୍କାର ପାଇବାରେ ସେ ହେଉଛନ୍ତି ରାଜ୍ୟର ଷଷ୍ଠ ହକି ଖେଳାଳି । ଜ୍ୟୋତି ସୁନିତା କୁଲୁଙ୍କ ପରେ ଦ୍ୱିତୀୟ ଓଡ଼ିଆ ମହିଳା ଖେଳାଳି ଭାବେ ଦୀପଗ୍ରେସ୍‌ ଅର୍ଜୁନ ପୁରସ୍କାର ଗ୍ରହଣ କରିବେ ।

କ୍ରୀଡ଼ା ପୁରସ୍କାର ତାଲିକା ଖେଳରତ୍ନ: ଅଚାନ୍ତ ଶରତ କମଲ (ଟେବୁଲ୍‌ ଟେନିସ୍‌) ଅର୍ଜୁନ: ସୀମା ପୁନିଆ (ଆଥଲେଟିକ୍ସ), ଏଲଦୋସ ପଲ୍‌ (ଆଥଲେଟିକ୍ସ) ଅବିନାଶ ମୁକୁନ୍ଦ ସାବଲେ୍‌ (ଆଥଲେଟିକ୍ସ), ଲକ୍ଷ୍ୟ ସେନ୍‌ (ବ୍ୟାଡ଼ମିଣ୍ଟନ), ଏଚ୍‌ଏସ୍‌ ପ୍ରଣୟ (ବ୍ୟାଡ଼ମିଣ୍ଟନ), ନିଖତ ଜରିନ (ବକ୍ସିଂ), ଭକ୍ତି ପ୍ରଦୀପ କୁଲକର୍ଣ୍ଣୀ (ଚେସ୍‌), ଆର୍‌ ପ୍ରଜ୍ଞାନନ୍ଦା (ଚେସ୍‌), ଦୀପଗ୍ରେସ୍‌ ଏକ୍କା (ହକି), ସୁଶୀଳା ଦେବୀ (ଜୁଡୋ), ସାକ୍ଷୀ କୁମାରୀ (କବାଡ଼ି), ନୟନମୋନି ସାଇକିଆ (ଲନ୍‌ବଲ୍‌), ସାଗର କୈଳାଶ ଓଭାଲକର (ମଲ୍ଲଖମ୍ବ), ଇଲାଭେନିଲ୍‌ ଭାଲାରିଭାନ୍‌ (ସୁଟିଂ), ଓମପ୍ରକାଶ ମିଥରଭାଲ (ସୁଟିଂ), ଶ୍ରୀଜା ଆକୁଲା (ଟିଟି), ବିକାଶ ଠାକୁର (ଭାରୋତ୍ତୋଳକ), ଅଂଶୁ (କୁସ୍ତି), ସରିତା (କୁସ୍ତି), ପରବୀନ (ଉଶୁ), ମାନସୀ ଜୋଶି (ପାରା ବ୍ୟାଡ଼ମିଣ୍ଟନ), ତରୁଣ ଧିଲୋନ (ପାରା ବ୍ୟାଡ଼ମିଣ୍ଟନ), ସ୍ୱପ୍ନିଲ ପାଟିଲ (ପାରା ସୁଇମିଂ), ଜର୍ଲିନ ଅନିକା (ବଧିର ବ୍ୟାଡ଼ମିଣ୍ଟନ) ।

ଦ୍ରୌଣାଚାର୍ଯ୍ୟ ପୁରସ୍କାର: ଜୀବନଜୋତ ସିଂହ ତେଜା (ତୀରନ୍ଦାଜୀ), ମହମ୍ମଦ ଅଲି କମାର (ବକ୍ସିଂ), ସୁମା ସିଦ୍ଧାର୍ଥ ଶିରୁର (ପାରା ସୁଟିଂ), ସୁଜିତ ମାନ୍‌ (କୁସ୍ତି) ।

ଜୀବନବ୍ୟାପୀ ସାଧନା ପୁରସ୍କାର: ଦିନେଶ ଜବାହର ଲାଡ୍‌ (କ୍ରିକେଟ୍‌), ବିମଳ ପ୍ରଫୁଲ୍ଲ ଘୋଷ (ଫୁଟବଲ୍‌), ରାଜ ସିଂହ (କୁସ୍ତି) ।

ଧ୍ୟାନଚାନ୍ଦ ଜୀବନବ୍ୟାପୀ ସାଧନା ପୁରସ୍କାର: ଅଶ୍ୱିନୀ ଅକୁଞ୍ଜି (ଆଥଲେଟିକ୍ସ), ଧରମବୀର ସିଂହ (ହକି), ବି ସି ସୁରେଶ (କବାଡ଼ି), ନୀର ବାହାଦୂର ଗୁରୁଙ୍ଗ (ପାରା ଆଥଲେଟିକ୍ସ) ।

Leave A Reply

Your email address will not be published.