ଭୁବନେଶ୍ୱର (ଆମ ଟିଭି): ଜିରୋ ଟଲେରାନ୍ସ ନୀତି ଆପଣାଇ ଥିବା ରାଜ୍ଯ ସରକାର ଆଉ ଏକ ବଡ଼ ପଦକ୍ଷେପ ନେଉଛନ୍ତି। ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି । ୯ ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ । ୩ ଜଣ ଚାକିରୀରୁ ବରଖାସ୍ତ,୬ ଜଣଙ୍କ ପେନ୍ସନ ସ୍ଥାୟୀ ଭାବେ ବନ୍ଦ କରାଯାଇଛି ।
ବିଭିନ୍ନ କ୍ଷେତ୍ରର ଅଧିକାରୀ, ଯଥା – ଏକ୍ଜିକ୍ୟୁଟିଭ ଇଂଜିନିୟର, ଓଏଏସ୍ ଅଧିକାରୀ, କୃଷି ବିଭାଗ ଅଧିକାରୀ, ସାମାଜିକ ଶିକ୍ଷା ଅଧିକାରୀ, ଅଡିଟର, ଜୁନିର ଇଂଜିନିୟର ପ୍ରମୁଖ ଅନ୍ତର୍ଭୁକ୍ତ । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୯୭ ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ ବା ବାଧ୍ୟତାମୂଳକ ଅବସର ଦିଆଯାଇଛି କିମ୍ବା ସେମାନଙ୍କର ପେନ୍ସନ ବନ୍ଦ କରାଯାଇଛି ।
ଏହି ୯ ଜଣଙ୍କ ମଧ୍ୟରୁ କଟକ ଜିଲ୍ଲା RWSS Division-IIର ପୂର୍ବତନ କାର୍ୟ୍ୟନିର୍ବାହୀ ଅଧିକାରୀ ଶିବରାମ ବିଶ୍ବାଳ ଏକ ଦୁର୍ନୀତି ମାମଲାରେ ଦେଷୀସାବ୍ୟସ୍ତ ହୋଇଛନ୍ତି।