ଆଜି ଓଡିଶା ଫେରୁଛନ୍ତି ନବୀନ ପଟ୍ଟନାୟକ, ବିମାନ ବନ୍ଦରରେ ସ୍ବାଗତ ପାଇଁ ବିଜେଡି ନେତାଙ୍କ ଭିଡ

0

ଭୁବନେଶ୍ବର(ଆମ ଟିଭି): ଆଜି ଓଡିଶା ଫେରୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ଗତ 20 ତାରିଖରେ ମୁମ୍ବାଇ ଚିକିତ୍ସା ପାଇଁ ଯାଇଥିଲେ। ଗତ 22 ତାରିଖରେ ତାଙ୍କର ଅପରେସନ କରାଯାଇଥିଲା। ଏହାପରେ ସେ ମୁମ୍ବାଇରେ କିଛିଦିନ ରହି ଫିଜିଓଥେରାପି କରିଥିଲେ। ଏହା ଶେଷ ହେବା ପରେ ସେ ଆଜି ଭୁବନେଶ୍ବର ଫେରୁଛନ୍ତି।

ତାଙ୍କ ସ୍ବାଗତ କରିବା ପାଇଁ ବିମାନ ବନ୍ଦର ହଜାରହଜାର ସଂଖ୍ୟାରେ ବିଜେଡି କର୍ମୀ ଓ ନେତା ଭିଡ କରିଛନ୍ତି। ସେମାନେ ନବୀନ ପଟ୍ଟନାୟକ ସ୍ବାଗତଂ ବୋଲି ସ୍ଲୋଗାନ ଦେଇ ତାଙ୍କର ଆଗମନକୁ ଅପେକ୍ଷା କରିଛନ୍ତି। ଏକ ଶୋଭାଯାତ୍ରାରେ ନବୀନଙ୍କୁ ନବୀନ ନିବାସ ପର୍ଯ୍ୟନ୍ତ ନେବେ ବୋଲି ଜଣାପଡିଛି।

Leave A Reply

Your email address will not be published.